www.samajalive.in
Monday, December 8, 2025
14.1 C
Bhubaneswar

ସାଉଦିରେ ପ୍ରବାସୀ ଭାରତୀୟଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଲେ ନିଯୁକ୍ତିଦାତା

ନୂଆଦିଲ୍ଲୀ: ସାଉଦି ଆରବରେ କାର୍ଯ୍ୟ କରୁଥିବା ଜଣେ ପ୍ରବାସୀ ଭାରତୀୟ ମାଣିକ ଚଟ୍ଟୋପାଧ୍ୟାୟଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରାଯାଇଛି। ଭାରତୀୟ ଜଣକ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ସେଠାକାର ନିଯୁକ୍ତିଦାତା ଏଭଳି କାର୍ଯ୍ୟ କରିଛନ୍ତି। ଏ ନେଇ ସେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରଦୂର ସଂକ୍ରାନ୍ତ ସେବା ପରିଚାଳନା ବ୍ୟବସ୍ଥାକୁ ଟ୍ବିଟର ଜରିଆରେ ଅଭିଯୋଗ ଜଣାଇଛନ୍ତି।

ମାଣିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସାଉଦି ଆରବର ଜେଦାହରେ ଏକ କମ୍ପାନୀରେ ରୋଷେୟା କାର୍ଯ୍ୟ ପାଇଁ ତାଙ୍କୁ ଚାକିରି ମିଳିଥିଲା। ଫଳରେ ସେ ସାଉଦି ଆରବ ଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ତାଙ୍କୁ ଖାଦ୍ୟ ପରସିବା କାର୍ଯ୍ୟ କରିବାକୁ କୁହାଯାଇଥିଲା। ପରେ ପରେ ତାଙ୍କୁ ତାଙ୍କୁ ଖାଦ୍ୟରେ ଗୋମାଂସ ପରସିବାକୁ କୁହାଯାଇଥିଲା। କିନ୍ତୁ ଏହା ତାଙ୍କ ଧର୍ମ ବିରୋଧୀ ହୋଇଥିବାରୁ ସେ ମନା କରିଥିଲେ। ଫଳରେ ତାଙ୍କୁ ନିଯୁକ୍ତି ଦେଇଥିବା କର୍ମଚାରୀ ତାଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଥିଲେ ବୋଲି ମାଣିକ ଅଭିଯୋଗ କରିଛନ୍ତି। ଏପରି ଅମାନବୀୟ ବ୍ୟବହାର ଯୋଗୁ ସେ ବହୁମାତ୍ରାରେ ଅପମାନିତ ଏବଂ ମାନସିକ ଆଘାତ ପାଇଥିବା ଦର୍ଶାଇଛନ୍ତି। ସେ ଏଭଳି ମର୍ମାହତ ଯେ ନିଜକୁ ହତ୍ୟା କରିଦେବେ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories