www.samajalive.in
Saturday, December 13, 2025
26.1 C
Bhubaneswar

ଚାନ୍ଦନୀଙ୍କ ସ୍ମୃତିରେ ବଲିଉଡ଼ର ଶୋକ

ନୂଆଦିଲ୍ଲୀ : ବଲିଉଡ଼ ଜଗତର ଲବ୍ଧପ୍ରତିଷ୍ଠିତ ଅଭିନେତ୍ରୀ ତଥା ପଦ୍ମଶ୍ରୀ ଶ୍ରୀଦେବୀଙ୍କ ପରଲୋକରେ ବଲିଉଡ଼ ସ୍ତବ୍ଧ ହୋଇଯାଇଛି। କେହି ବିଶ୍ୱାସ କରିପାରୁନାହାନ୍ତି ଯେ ଏତେ ଶୀଘ୍ର ଶ୍ରୀଦେବୀ ଜଗତରୁ ବିଦାୟ ନେଇଗଲେ । ପ୍ରକାଶ ଯେ ଶ୍ରୀଦେବୀ ସପରିବାରେ ଏକ ବାହାଘରରେ ଯୋଗଦେବାକୁ ଦୁବାଇ ଯାଇଥିଲେ । ସେଠାରେ ତାଙ୍କର ପରଲୋକ ଘଟିଛି ।
କମଳ ହାସନ : ଶ୍ରୀଦେବୀଙ୍କ ମୃତ୍ୟୁରେ ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ତଥା ରାଜନେତା କମଳ ହାସନ ଶୋକ ବ୍ୟକ୍ତ କରିଛନ୍ତି । କମଳ ହାସନ କହିଛନ୍ତି ଯେ ଛୋଟ କଳାକାରରୁ ବଲିଉଡ଼ ଜଗତରେ ଶ୍ରୀଦେବୀଙ୍କ ପ୍ରବେଶର ମୁଁ ସାକ୍ଷି ରହିଛି । ତାଙ୍କୁ ଯେଉଁ ମାନସମ୍ମାନ ମଳିଛି, ସେଥିପାଇଁ ସେ ଯୋଗ୍ୟ ଥିଲେ । ତାଙ୍କ ସହ କାଟିଥିବା ସମସ୍ତ ସ୍ମୃତି ଏବେ ବି ସତେଜ ରହିଛି । ଆମେ ତାଙ୍କୁ ସବୁବେଳେ ମନେପକାଇବା ।
ପ୍ରିୟଙ୍କା ଚୋପ୍ରା (ବଲିଉଡ଼ ଅଭିନେତ୍ରୀ) : ମୋ ପାଖରେ କହିବାକୁ ଶବ୍ଦ ନାହିଁ । ଶ୍ରୀଦେବୀଙ୍କୁ ଭଲ ପାଉଥିବା ତାଙ୍କ ସମସ୍ତ ପ୍ରଶଂସକକୁ ସମବେଦନା ଜଣାଉଛି । ଏହା ବଲିଉଡ଼ ଜଗତର ଏକ କଳାଦିନ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଅମିର ଖାନ (ବଲିଉଡ଼ ଅଭିନେତା) : ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁରେ ବହୁତ ଦୁଃଖ ଅନୁଭବ କରୁଛି । ମୁଁ ତାଙ୍କର ଜଣେ ବଡ ପ୍ରଶଂସକ । ତାଙ୍କ ପରିବାର ସହ ମୋର ସମବେଦନା ରହିଛି । ଆମେ ତାଙ୍କୁ ପ୍ରେମ ଓ ସମ୍ମାନର ସହ ମନେପକାଇବୁ।
ଋଷି କପୁର (ବଲିଉଡ଼ ଅଭିନେତା) : ଶ୍ରୀଦେବୀଙ୍କ ଦେହାନ୍ତର ଦୁଃଖଦା ଖବର ସହ ମୋର ସକାଳ ଆରମ୍ଭ ହୋଇଥିଲା । ଏଥିରେ ମୁଁ ବହୁତ୍‌ ମାତ୍ରାରେ ମର୍ମାହତ ଓ ଝଟକା ଲାଗିଛି। ବୋନି କପରୁ ଏବଂ ତାଙ୍କ ୨ଟି କନ୍ୟାସହ ମୋର ସମବେଦନା ରହିଛି ।
ମାଧୁରୀ ଦୀକ୍ଷିତ (ବଲିଉଡ଼ ଅଭିନେତ୍ରୀ) : ସକାଳୁ ଉଠିବା ମାତ୍ରେ ଶ୍ରୀଦେବୀଙ୍କ ପରଲୋକର ଖବର ମିଳିଲା । ତାଙ୍କ ପରିବାର ସହ ମୋ ସମବେଦନା ରହିଛି । ବଲିଉଡ଼ ଜଗତ ଜଣେ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀଙ୍କୁ ହରାଇଲା । ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତର ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ଅକ୍ଷୟ କୁମାର (ବଲିଉଡ଼ ଅଭିନେତା) : ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ । ତାଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିବା ମୋର ସୌଭାଗ୍ୟ ଥିଲା । ତାଙ୍କ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ।
କାଜୋଲ (ବଲିଉଡ଼ ଅଭିନେତ୍ରୀ) : ତାଙ୍କ ମୃତ୍ୟୁରେ ବଡ଼ ଝଟକା ଲାଗୁଛି । ଏବେ ବି ତାଙ୍କ ହସହସ ମୁଁହ ଦେଖିବାକୁ ମିଳୁଛି । ତାଙ୍କ ପରଲୋକ ହୋଇଗଲାଣି ବୋଲି ବିଶ୍ୱାସ କରିହେଉନି । ସେ ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ । ତାଙ୍କଠାରୁ ବହୁତ କିଛି ଶିଖିଛି ।
ଅନୁଷ୍କା ଶର୍ମା (ବଲିଉଡ଼ ଅଭିନେତ୍ରୀ) : ମୁଁ ମର୍ମାହତ । ଶ୍ରୀଦେବୀଙ୍କ ମୃତ୍ୟୁରେ ପ୍ରତିକ୍ରିୟା ଦେବାକୁ ମୋ ପାଖରେ ଶବ୍ଦ ନାହିଁ । ଶ୍ରୀଦେବୀଙ୍କ ପରିବାରବର୍ଗ, ପ୍ରଶଂସକଙ୍କ ପ୍ରତି ମୋ ସମବେଦନା ରହିଛି ।
ବରୁଣ ଧାୱନ (ବଲିଉଡ଼ ଅଭିନେତା) : ଶ୍ରୀଦେବୀଙ୍କ ଭଳି ତାରକା ଅଭିନେତ୍ରୀ ମୋର ପ୍ରେରଣା ଥିଲେ । ଏଭଳି ଖବର ଶୁଣି ସ୍ତବ୍ଧ ହୋଇଯାଇଛି । ଶ୍ରୀଦେବୀଙ୍କ ଆତ୍ମାକୁ ସଦଗତି ମିଳୁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories