www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ରାସ୍ତା କାମରେ ବ୍ୟାପକ ଅନିୟମିତତା

ବାଂଶପାଳ : ଏହି ବ୍ଲକରେ ଲୋକଙ୍କ ପାଇଁ ସରକାଙ୍କର ଯୋଜନା ସବୁ ବେଳେ ଅପହଞ୍ଚ ହୋଇ ରହିଥିବା ବେଳେ ଆସୁଥିବା ସରକାରୀ ଯୋଜନା ଦିନକୁ ଦିନ ଅନିୟମିତତା ଓ ର୍ଦୁନୀତି ହେବାର ସବୁ ବେଳେ ଅଭିଯୋଗ ହୋଇଆସୁଛି।

- Advertisement -

ବାଂଶପାଳ ବ୍ଲକ ତଳକଇଁସାରୀ ପଞ୍ଚାୟତର ଇଚିଣ୍ଡା ଠାରୁ ଉପର କଇଁସାରୀ ଗାଁ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ରାସ୍ଥା ନଥିବାରୁ ଲୋକମାନେ ବହୁ ଅସୁବିଧାରେ ଦିନ କାଟୁଥିଲେ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କଲା ପରେ ବହୁ ପ୍ରତିକ୍ଷିତ ଇଚିଣ୍ଡା ଠାରୁ ଉପର କଇଁସାରୀ ରାସ୍ଥା ୨୦୧୭ ମସିହା ଅକ୍ଟୋବର ୨୭ରୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଦୀର୍ଘ ୨କି.୨୦୦ମି କାମ ପାଇଁ ୯୪ଲକ୍ଷ୍ୟ ୨୭ହଜାର ୪୩୧ଟଙ୍କା ବ୍ୟୟରେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ୧୫ଖଣ୍ଡ ଗାଁର ଲୋକ ମାନେ ଏହି ରାସ୍ଥା ଦେଇ ସୁଆକାଠି ଯିବା ଆସିବା ପାଇଁ ର୍ନିଭର କରିଥାନ୍ତି। ହେଲେ ୨୦୧୭ ମସିହା ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ୭ ଜୁଲାଇ ୨୦୧୮ରେ ରାସ୍ଥା କାମ ସାରିବାକୁ ନିୟମ ଥିବା ବେଳେ ଆଉ କିଛି ଦିନ ପରେ ୨ବର୍ଷ ହେବାକୁ ବସିବ ହେଲେ ରାସ୍ତା କାମ ଆଜି ବି ଅଧାପନ୍ତରିଆ ହୋଇ ପଡିବା ସହ ରାସ୍ତା କାମରେ ଅନିୟମିତା ହୋଇଥିବା ଦେଖିବାକୁ ମିଳିଛି। ନିୟମ ଅନୁଯାୟୀ ମେଣ୍ଟାଲ ପକାଇ କାର୍ଯ୍ୟ କରିବା ଯାଗାରେ ବିନା ମେଣ୍ଟାଲରେ ମାଟି ମରମ ଉପରେ ଯଥାକଥା ଭାବେ ପିଚୁ କାମ ଆରମ୍ଭ ହୋଇଥିବା ବେଳେ ପଡୁଥିବା ପିଚୁ ଦିନକ ପରେ ଉଠି ପଡୁଥିବା ଦେଖିବାକୁ ମିଳୁଛି। ଠିକ ଭାବେ ପିଚୁ ଭାଗ ମାପ କରିନଥିବାରୁ ହାତରେ ଉଠାଇଲେ ମଧ୍ୟ ପିଚୁର ଚିପସ୍ ଉଠି ଯାଉଛି। ସେହିଭଳି ରାସ୍ଥାର ୦.୨୦୦କି କଂକ୍ରିଟ କାମ ହେବାର ନିୟମ ରହିଥିଲେ ମଧ୍ୟ ରାସ୍ତା କାମ ସରିବା ଉପରେ ଥିବା ବେଳେ ୨କିମି ରାସ୍ତା ଭିତରେ କଂକ୍ରିଟ ରାସ୍ତା ହୋଇନଥିବା ଦେଖିବାକୁ ମିଳିଛି। ରାସ୍ତାରେ ସମୁଦାୟ ୪ଟି ପୁଲିଆ ନିର୍ମାଣ ହେବାର ଥିବା ବେଳେ ନିର୍ମାଣ ହୋଇଥିବା ପୁଲିଆ ସମ୍ପୂର୍ଣ କାମ ନ ସରୁଣୁ ପୁଲିଆ ଫାଟି ଆଁ କରିଛି।  ପୁଲିଆ ନିର୍ମାଣ ହେବାର କିଛି ଦିନ ପରେ ଦୁଇ ତିନଟି ଭାରି ଯାନ ଜିବାପରେ ପୁଲିଆ ସମ୍ପୁର୍ଣ ଭାଙ୍ଗି ବିପଦ ସଙ୍କୁଳ ଅବସ୍ତାରେ ଲୋକମାନେ ଭୟଭିତରେ ରହି ଯାତାୟତ କରୁଥିବା ଦେଖିବାକୁ ମିଳିଛି। ସବୁ ବେଳେ ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବାରୁ  ଚାଳକଙ୍କ ପାଇଁ ରାସ୍ତା ଏବେ ସବୁ ସମୟରେ ବିପଦ ଲାଗିରହିଛି। ଏହି ଘଟଣା ବିଭାଗିୟ ଜେଇଙ୍କୁ ସ୍ତାନିୟ ଲୋକମାନେ ଜଣାଇଥିଲେ ମଧ୍ୟ ସେ କହିଛନ୍ତି ଅଭିଯୋଗ ହେଲେ କଥା ଉପରକୁ ଜିବ ଆଉ ରାସ୍ତା କାମ ବନ୍ଦ ହୋଇଯିବ ତେଣୁ ଯେମିତି ହେଲେ କାମ ଚାଲୁ ବୋଲି ଉକ୍ତି ବାଢିଥିଲେ। ଏହି କାମରେ ପିଚୁ ପାଇଁ ପିଚୁ ଗୋଳା ମେସିନ ନିୟମ ଅନୁଯାଇ ଆବସ୍ୟକ ହେଉଥବା ବେଳେ ଏଠି କଂକ୍ରିଟ ଗୋଳା ମେସିନରେ ପିଚୁ କାମ ହୋଇଥିବା ସହ ଜେଣେ ତେଣେ ପ୍ରକାରେ ପିଚୁ ନାମରେ ଏଫଓ  ତେଲ ଦେଇ ପିଚୁ କାମ କରିଥିବାରୁ ସଙ୍ଗେ ସଙ୍ଗେ ଉଠିଯାଉଥିବା ଜଣାପଡିଛି। ଏହିଭଳି ଅନିୟମିତତା ରାସ୍ତା କାମ ହେଉଥିବାରୁ ପ୍ରାଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ସହ ଭାଙ୍ଗି ଜାଉଥିବା ପୁଲିଆ ଓ ଉଠିଜାଉଥିବା ପିଚୁ କୁ ପୁଣି ନୂତନ କାର୍ଯ୍ୟ ସଠିକ ଭାବେ କାମ କରିବାକୁ ଦାବି କରିଛନ୍ତି।

ସ୍ତାନିୟ ଉପର କଇଁସାରି ଗାଁର ୱାର୍ଡମେମ୍ବର ବେଣୁଧର ବେହେରାଙ୍କ ଅଭିଯୋଗ ଅନୁଯାଇ ଠିକାଦାର ଅରୁପା ନନ୍ଦ ଧଳ ଏହି କାମକୁ ଜାଣିସୁଣି ଖୁବ ଅନିୟମିତତା ଭାବେ କାମ କରୁଥିବା ଅଭିଯୋଗ କରିବା ସହ ତୁରନ୍ତ ପ୍ରାଶସନ ପଦକ୍ଷେପ ନ ନେଲେ ସ୍ଥାନୀୟ ଲୋକମାନେ ଆନ୍ଦୋଳାନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହୋବୁ ବୋଲି କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories