www.samajalive.in
Friday, December 12, 2025
23.1 C
Bhubaneswar

ରାହୁଲ, ଧୋନିଙ୍କ ଶତକ; ଭାରତ ବିଜୟୀ

କାର୍ଡିଫ୍ : ବିଶ୍ବକପ୍ ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟିଂ ବିଫଳ ହୋଇଥିଲା। ତେବେ ମଙ୍ଗଳବାର ୨ୟ ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତୀୟ ମଧ୍ୟକ୍ରମ ତା’ର ଶକ୍ତି ପ୍ରଦର୍ଶନ କରିଛି। ଦୁଇ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲ ଓ ମହେନ୍ଦ୍ର ସିଂହ ଧୋନି ଶତକ ମାରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ୯୫ ରନ୍‌ରେ ବିଜୟୀ ହୋଇଛି। ଭାରତ ୭ ୱିକେଟରେ ୩୫୯ ରନ୍ କରିଥିବା ବେଳେ ୩ଟି ବଲ୍‌ ବାକିଥାଇ ବାଂଲାଦେଶ ୨୬୪ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ବିଶ୍ବକପ୍‌ରେ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତୀୟ ଦଳର ଏପରି ବ୍ୟାଟିଂ ପ୍ରଦର୍ଶନ ନିଶ୍ଚୟ ଉତ୍ସାହଜନକ।
ବାଂଲାଦେଶ ୩୬୦ ରନ୍‌ର ପିଛା କରିଥିବା ବେଳେ ଯଶପ୍ରୀତ ବୁମ୍‌ରା କ୍ରମାଗତ ୨ଟି ବଲ୍‌ରେ ସୌମ୍ୟ ସରକାର (୨୫) ଓ ସାକିବ୍ ଅଲ୍‌ ହାସନ୍‌ (୦)ଙ୍କୁ ଆଉଟ କରିଥିଲେ। ପରେ ଲିଟନ୍ ଦାସ ଓ ମୁସ୍‌ଫିକୁର ରହିମ୍ ୧୨୦ ରନ୍ ଯୋଗ କରିଥିଲେ। ଲିଟନ୍ ୯୦ ବଲ୍‌ରୁ ୧୦ଟି ଚୌକା ସହ ୭୩ ରନ୍ କରିଥିଲେ। ମୁସ୍‌ଫିକୁର ୯୪ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୯୦ ରନ୍ କରିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଏବଂ ଯଶପ୍ରୀତ ବୁମ୍‌ରା ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ବାଂଲାଦେଶ ଫିଲ୍‌ଡିଂ ନେବା ପରେ କ୍ରମାଗତ ୨ୟ ମ୍ୟାଚ୍‌ରେ ବିଫଳ ହୋଇ ଶିଖର ଧାୱନ ୧ ରନ୍‌କରି ବିଦାୟ ନେଇଥିଲେ। ରୋହିତ ଶର୍ମା ସେଟ୍ ହୋଇ ଯାଇଥିଲେ ହେଁ ସେ ୱିକେଟ ଫିଙ୍ଗିଥିଲେ। ରୋହିତ ୧୯ ରନ୍ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ଓ କେ.ଏଲ୍‌. ରାହୁଲଙ୍କ ମଧ୍ୟରେ ୩୩ ରନ୍‌ର ଭାଗିଦାରୀ ହୋଇଥିଲା। ଆକର୍ଷଣୀୟ ବ୍ୟାଟିଂ କରୁଥିବା କୋହଲି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କୋହଲି ୪୬ ବଲ୍‌ରୁ ୫ଟି ଚୌକା ସହ ୪୭ ରନ୍ କରିଥିଲେ। ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିନଥିବା ବିଜୟ ଶଙ୍କରଙ୍କଠାରୁ ଭଲ ଇନିଂସର ଆଶା ଥିଲେ ହେଁ ତାମିଲନାଡ଼ୁର ଏହି ଅଲ୍‌ରାଉଣ୍ଡର ଦଳକୁ ନିରାଶ କରିଥିଲେ। ଶଙ୍କର ମାତ୍ର ୨ ରନ୍ କରିଥିଲେ। ୨୨ ଓଭରରେ ଭାରତ ୪ ୱିକେଟରେ ୧୦୨ ରନ୍ କରିଥିଲା। ଏହାପରେ ରାହୁଲ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ଚମତ୍କାର ଭାଗିଦାରୀ ହୋଇଥିଲା। ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଭାରତ ଶେଷ ୨୮ ଓଭରରେ ୨୫୭ ରନ୍ ଯୋଡ଼ିଥିଲା। ଧୋନି ଓ ରାହୁଲ ୫ମ ୱିକେଟ ପାଇଁ ୨୧ ଓଭରରୁ ୧୬୪ ରନ୍‌ର ଭାଗିଦାରୀ କରିବାରୁ ଭାରତର ବିଶାଳ ସ୍କୋର ସମ୍ଭବ ହୋଇଥିଲା। ବିଶ୍ବକପ୍‌ରେ ୪ନଂ ସ୍ଥାନରେ ତାଙ୍କ ଦାବିଦାରୀ ଦୃଢ଼କରିବା ସହ ରାହୁଲ ଶତକ ମାରିଥିଲେ। ରାହୁଲ ୯୯ ବଲ୍‌ରୁ ୪ଟି ଛକା ଓ ୧୨ଟି ଚୌକା ସହ ୧୦୮ ରନ୍ କରିଥିଲେ। ପରେ ଧୋନି ଓ ହାର୍ଦିକ ପାଣ୍ଡ୍ୟା ୨୫ ବଲ୍‌ରୁ ୫୯ ରନ୍ ଯୋଡ଼ିଥିଲେ। ପାଣ୍ଡ୍ୟା ୧୧ ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହ ୨୧ ରନ୍ କରିଥିଲେ। ୪୯ଶ ଓଭରରେ ଛକାମାରି ୭୩ ବଲ୍‌ରେ ଶତକ ପୂରଣ କରିଥିଲେ ଧୋନି। ଶେଷ ଓଭରରେ ଆଉଟହେବା ପୂର୍ବରୁ ଧୋନି ୭୮ ବଲ୍‌ରୁ ୭ଟି ଛକା ଓ ୮ଟି ଚୌକା ସହ ୧୧୩ ରନ୍ କରିଥିଲେ। ଦିନେଶ କାର୍ତ୍ତିକ ୭ ଓ ରବୀନ୍ଦ୍ର ଜାଡ଼େଜା ୧୧ ରନ୍‌କରି ଅପରାଜିତ ଥିଲେ। ରୁବେଲ ହୋସେନ୍ ଓ ସାକିବ୍ ଅଲ୍‌ ହାସନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories