www.samajalive.in
Thursday, December 11, 2025
15.1 C
Bhubaneswar

‘ରେଡ଼ମି ଗୋ’- ୧୬ଜିବି ମଡ଼େଲର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଜିଓମି ମାର୍ଚ୍ଚ ୨୦୧୯ରେ ତାର ପ୍ରଥମ ଆଣ୍ଡ୍ରଏଡ ସ୍ମାର୍ଟଫୋନ ‘ରେଡ଼ମି ଗୋ’ର ବଜାର ପ୍ରବଶେ କରିଥିଲା। ଏହା ଭାରତରେ ବିକ୍ରି ହେଉଥିବା ଜିଓମିର ସବୁଠାରୁ ସସ୍ତା ସ୍ମାର୍ଟଫୋନ। ପୂର୍ବରୁ ଜିଓମି ରେଡ଼ମି ଗୋ ତାର ୮ଜିବି ଷ୍ଟୋରେଜ ଥିବା ଫୋନକୁ ଭାରତୀୟ ବଜାରରେ ପ୍ରବଶେ କରାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ୧୬ଜିବି ଷ୍ଟୋରେଜ ଥିବା ମଡ଼େଲ ଫୋନର ବଜାର ପ୍ରବେଶ ହୋଇଛି। ତେବେ ଆସନ୍ତୁ ଏହି ଫୋନ ବିଷୟରେ ବିସ୍ତାର ରୂପେ ଜାଣିବା।

pic courtesy-my smart price

‘ରେଡ଼ମି ଗୋ’ର ୧୬ଜିବି ଷ୍ଟୋରେଜ ଥିବା ଫୋନର ମୂଲ୍ୟ ୪ହଜାର ୭୯୯ଟଙ୍କା। ସେହିଭଳି ଏହାର ୮ଜିବି ଷ୍ଟୋରେଜ ମଡ଼େଲର ମୂଲ୍ୟ ୪ହଜାର ୯୯୯ଟଙ୍କା। ଏହି ଫୋନ କଳା ଏବଂ ନୀଳ ଦୁଇଟି ରଙ୍ଗରେ ଉପଲବ୍ଧ ରହିଛି। ଏଥିରେ ୫ଇଞ୍ଚ ଏଚଡି ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ୍‍ ୭୨୦/୧୨୮୦ପିକ୍ସଲ ରହିଛି। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୨୫ପ୍ରୋସେସର ରହିଛି। ସେହିଭଳି ଏଥିରେ ଗ୍ରାଫିକ୍ସ ପାଇଁ ୩୦୮ଜିପିୟୁ ମିଳିବ।

- Advertisement -
pic courtesy-ndtv gadgets

ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଯାହାର ଅଫର୍ଚର ଫ୍‍/୨.୦ରହିଛି। ସେହିଭଳି ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ଯାହାର ଅଫର୍ଚର ଏଫ୍‍/୨.୨। ରିୟର କ୍ୟାମେରା ସହିତ ଫ୍ଲାସଲାଇଟ ମଳିବ। ଏଥିରେ ଆଣ୍ଡ୍ରଏଡ ଗୋ ଦିଆଯାଇଛି ଏବଂ ଏଥିରେ ଗୁଗୁଲ ଗୋ, ଜିମେଲ ଗୋ, ୟୁଟ୍ୟୁବ୍‍ ଗୋ ଭଳି ଅନେକ ଗୁଡି ଭର୍ସନର ଆପ ପାଇପାରିବେ।
ଫୋନରେ ୩୦୦୦ଏମ୍‍ଏଚ୍‍ ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଫୋନରେ ଡୁଆଲ ସିମ ସପୋର୍ଟ, ମାଇକ୍ରୋ ୟୁଏସବି ପୋଟ. ୱାଇ-ଫାଇ, ବ୍ଲୁଟୁଥ ୪.୨ଏବଂ ୪-ଜି ଏଲଟିଇ ସପୋର୍ଟ ମିଳିବ। ଫୋନରେ ୩.୫ଏମଏମର ହେଡ଼ଫୋନ ଜ୍ୟାକ ମିଳିବ। ଏହି ଫୋନରେ ଏକାସହିତ ଦୁଇଟି ସିମ୍‍ କାର୍ଡ ଏବଂ ଗୋଟିଏ ମେମୋରୀ କାର୍ଡ଼ ବ୍ୟବହାର କରିବାର ସୁବିଧା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories