www.samajalive.in
Thursday, December 11, 2025
14.1 C
Bhubaneswar

ଆନ୍ତର୍ଜାତୀୟ ଜୈବ ବିିବିିଧତା ଦିବସ ପାଳିତ

ଜୟପୁର: ଜୟପୁର ବିଜୁ ପଟ୍ଟନାୟକ କୃଷି ଜୈବ ବିବିଧତା କେନ୍ଦ୍ରର ଏମ୍‍.ଏ,.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ବୁଧବାର ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଜୈବବିବିଧତା ଓ ଜଳବାୟୁ ପରବର୍ତନ ଶୀର୍ଷକ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜୟପୁର ଡିଏଫଓ ଅଶ୍ୱିନୀ କର, ମୁଖ୍ୟବକ୍ତା ଭାବେ ସୁନାବେଢା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଡ.ଏମ୍‍. ମଧୁ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ଡ. ଦେବବ୍ରତ ପଣ୍ଡା ନବରଙ୍ଗପୁରର ଡ. ପ୍ରଦୀପ କୁମାର ମିଶ୍ର ,ପଦ୍ମଶ୍ରୀ କମଳା ପୁଜାରୀ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବୈପାରିଗୁଡା,କୁନ୍ଦୁରା ଓ କୋରାପୁଟ ବ୍ଲର ପୁରୁଷ ଓ ମହିଳା ଚାଷୀ ,ଦିଶାରୀ, ଜୈବବିବିଧତା ପରିଚାଳନା କମିଟିର ସଦସ୍ୟା, ସ୍କୁଲର ଛାତ୍ର ଛାତ୍ରୀଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥାର କର୍ମଚାରୀ ସହ ୨ଶହରୁ ଅଧିକ ଲୋକ ଯୋଗ ଦେଇଥିଲେ। ପ୍ରଦର୍ଶନୀରେ ଭାଗ ନେଇଥିବା ଚାଷୀ ଓ ଡିଶାରୀମାନଙ୍କ ମଧ୍ୟରୁ ସର୍ବତୋମ ପ୍ରଦର୍ଶନ କରିଥିବା ଜୈବସମ୍ବଳ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories