www.samajalive.in
Sunday, December 7, 2025
16.1 C
Bhubaneswar

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁହଁରେ ଦେଖାଯାଉଥିବା ବ୍ରଣ କାରଣରୁ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ଏହା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହ ନିଜ ଉପରୁ ଆତ୍ମବିଶ୍ବାସକୁ କମ କରିଥାଏ। ଆଜିକାଲି ଛୋଟ ଛୁଆଙ୍କ ମଧ୍ୟ ବ୍ରଣ ସମସ୍ୟା ଦେଖା ଯାଉଛି। ବ୍ରଣ ଦ୍ବାରା ମୁହଁରେ ଦାଗ ହୋଇଯାଏ। ବେଳେବେଳେ ତାହା କୁଣ୍ଡାଇ ହୁଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ..

ବେକିଙ୍ଗ ସୋଡା :

- Advertisement -

ବ୍ରଣ ସମସ୍ୟା ଦୂର କରିବା ପାଇଁ ବେକିଙ୍ଗ ସୋଡାର ବ୍ୟବହାର କରିପାରିବା। ସେଥିପାଇଁ ସୋଡାକୁ ପାଣିରେ ମିଶାଇ ଏ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପେଷ୍ଟକୁ ମୁହଁରେ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ତାପରେ ଶୁଖିଗଲା ପରେ ମୁହଁକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।

ଭିଟାମିନ-ଇ :

ମୁହଁରୁ ବ୍ରଣର ଦାଗ ଦୂର କରିବା ପାଇଁ ଭିଟାମିନ-ଇ କ୍ୟାପସୁଲ ବ୍ୟବହାର କରି ପାରିବା। ତେଣୁ ଏଥିପାଇଁ ପ୍ରଥମେ କ୍ୟାପସୁଲକୁ ଭାଙ୍ଗି ବ୍ରଣ ପାଇଁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଦିନକୁ ଥରେ କରିବା ଦ୍ବାରା ମୁହଁରୁ ବ୍ରଣର ଦାଗ ଛାଡିଯିବ।

ଲେମ୍ବୁ ରସ :

ଲେମ୍ବୁରେ ସାଇଟ୍ରିକ ଏସିଡ ରହିଛି। ସାଇଟ୍ରିକ ଏସିଡ ମୁହଁରେ ଜଳାପୋଡା ସମସ୍ୟାକୁ ଦୂର କରିଥାଏ। ଏହାସହ ବ୍ରଣର ଦାଗ ଛଡାଇବାରେ ସହାୟକ ହୋଇଥାଏ। ଏହାସହ ମୁହଁର କୁଞ୍ଚନ ସମସ୍ୟା ଦୂର କରିଥାଏ। ତେଣୁ ଲେମ୍ବୁ ରସକୁ ମୁହଁରେ ଲଗାଇ କିଛି ସମୟ ଘଷନ୍ତୁ।  ତାପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରୁ ବ୍ରଣ ଦାଗ ଛାଡିଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

ଘିକୁଆଁରୀ :

ଘିକୁଆଁରୀକୁ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ରାତିରେ ମୁହଁରେ ଘିକୁଆଁରୀ ଜେଲ ଲଗାଇ ସକାଳେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ତୁଳସୀ ପତ୍ର :

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ତୁଳସୀ ପତ୍ରର ଗୁଣ୍ଡ, ଏକ ଚାମଚ ନିମ୍ବ ପତ୍ର ଗୁଣ୍ଡ, ଏକ ଚାମଚ ହଳଦୀ ଗୁଣ୍ଡ, ଅଳ୍ପ ମୁଲତାନୀ ମାଟିରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ତାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ଦୁଇ ଥର କରନ୍ତୁ। ଏହାଦ୍ବାରା ମୁହଁ ସଫା ରହିବା ସହ କୋମଳ ଦେଖାଯିବ।

 

 

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories