www.samajalive.in
Saturday, December 13, 2025
26.1 C
Bhubaneswar

‘ଫନି’ ବିପନ୍ନଙ୍କୁ ଗେଲ୍‍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର : ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍‍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‍ଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।

କେ. ଭି. ଜି ଶ୍ରୀନିବାସ, ଜେନେରାଲ ମ୍ୟାନେଜର (ନିର୍ମାଣ), ଗେଲ୍‍ (ଇଣ୍ଡିଆ) ସୋମବାର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟରେ ଓସ୍‍ଡମା ମୁଖ୍ୟ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର, ବିଷ୍ଣୁପଦ ସେଠୀଙ୍କୁ ୫ କୋଟି ଟଙ୍କାର ଏକ ଚେକ୍‍ ପ୍ରଦାନ କରିଛନ୍ତି। ଗେଲ୍‍, ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ, ଓଡ଼ିଶାରେ ନିଜର ସମ୍ପ୍ରସାରିତ ପ୍ରକଳ୍ପ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପ ଲାଇନ ନିର୍ମାଣ କରୁଛି। ଏହା ଭୁବନେଶ୍ୱର ଏବଂ କଟକରେ ସହରୀ ଗ୍ୟାସ ବିତରଣ ନେଟୱର୍କକୁ ମଧ୍ୟ ପରିଚାଳନା କରୁଛି। ବାତ୍ୟା ପରେ ଗେଲ୍‍ (ଇଣ୍ଡିଆ) ସ୍ୱଳ୍ପ ସମୟ ମଧ୍ୟରେ ସହରରେ ଜେନେରେଟର ସୁବିଧା ସହିତ ସିଏନ୍‍ଜି ଯୋଗାଣକୁ ପୁର୍ନରୁଦ୍ଧାର କରିପାରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories