www.samajalive.in
Saturday, December 13, 2025
26.1 C
Bhubaneswar

ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ଲାଭ

ଭଗବାନ ଶିବଙ୍କ କୃପା ଦ୍ବାରା ସାଂସାରିକ, ମାନସିକ କଷ୍ଟ ସମାପ୍ତ ହୋଇଥାଏ। ଏହାସହ ମନୁଷ୍ୟ ନିଜ ଜୀବନକାଳରେ ପରବ୍ରହ୍ମଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାଏ। ସୋମବାରକୁ ପ୍ରଭୁ ଶିବଙ୍କର ବାର ବୋଲି କୁହାଯାଇଛି। ଏହି ଦିନ ପ୍ରଭୁଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ଉଚିତ। ସୋମବାର ଦିନ ପ୍ରାତଃ କାଳରୁ ଉଠି ସ୍ନାନଶୌଚାଦି ସାରି ଦେବା ଉଚିତ। ତାପରେ ଯେକୌଣସି ମନ୍ଦିର ଯାଇ ଶିବଲିଙ୍ଗରେ ଶୁଦ୍ଧ ଜଳ ଢାଳି ଅଭିଷେକ କରନ୍ତୁ। ତାପରେ ଓଁ ମହାଶିବାୟାୟ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହାପରେ କଞ୍ଚା ଗାଈ କ୍ଷୀର ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ମନୁଷ୍ୟର ମନ, ଧନ ସହ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଶିବଲିଙ୍ଗରେ ମହୁ କିମ୍ବା ଆଖୁର ରସ ଅର୍ପଣ କରିବା ଦ୍ବାରା ବ୍ୟବସାୟ କିମ୍ବା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଏହାପରେ କର୍ପୂର, ଫୁଲ ଇତ୍ୟାଦି ଶିବଲିଙ୍ଗ‌ରେ ଚଢାନ୍ତୁ। ଶେଷରେ ଶିବଙ୍କ ଆଳତୀ କରନ୍ତୁ। ଏପରି କରିବା ଦ୍ବାରା ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ। ପ୍ରଭୁ ଶିବଙ୍କ ନିକଟରେ ଶ୍ରଦ୍ଧାର ସହ ପ୍ରାର୍ଥନା କରନ୍ତୁ।
ଏହି ବିଧିରେ ପୂଜା କରିବା ପରେ ଏକ ସଫା ଆସନ ଉପରେ ବସି ରୁଦ୍ରାକ୍ଷ ମାଳା ନେଇ ଶିବ ପୁରାଣ ପଢନ୍ତୁ। ଶିବଙ୍କ ପୁରାଣ ପଢିବା ଦ୍ବାରା ଅନେକ ବଡ ବଡ ସମସ୍ୟାରୁ ରକ୍ଷା ମିଳିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories