www.samajalive.in
Tuesday, December 9, 2025
17.1 C
Bhubaneswar

ବକ୍ସ ଅଫିସରେ କମାଲ୍‍ କରୁଛି ‘ଦେ ଦେ ପ୍ୟାର୍‍ ଦେ’

ନୂଆଦିଲ୍ଲୀ : ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‍ ଦେ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ମୁକ୍ତିଲାଭର ଦୁଇ ଦିନ ମଧ୍ୟରେ ଚଳଚ୍ଚିତ୍ର ୨୧ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି। ପ୍ରଥମ ଦିନରେ ଏହା ୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନ ୧୧ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମ ଜରିଆରେ ଚଳଚ୍ଚିତ୍ରର ଆୟ ବିଷୟରେ ସୂଚନା ଦେଇଛନ୍ତି। ‘ଦେ ଦେ ପ୍ୟାର୍‍ ଦେ’ ଭାରତରେ ୩୧୦୦ ପରଦାରେ ମୁକ୍ତିଲାଭ କରିଛି। ସେହିପରି ବିଶ୍ୱବ୍ୟାପୀ ଏହା ୩୭୫୦ରୁ ଊର୍ଦ୍ଧ୍ବ ପରଦାରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ଅଜୟ, ତବୁ ଓ ରକୁଲପ୍ରୀତ୍‍ଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‍ ପସନ୍ଦ କରିଛନ୍ତି।
‘ଦେ ଦେ ପ୍ୟାର୍‍ ଦେ’ର କାହାଣୀ ବିଷୟରେ କହିବାକୁ ଗଲେ, ଏଥିରେ ଅଜୟ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି। ଯିଏ ନିଜ ପତ୍ନୀଠାରୁ ଅଲଗା ହୋଇଯାଇଛି। ଇତି ମଧ୍ୟରେ ସେ ୨୬ ବର୍ଷୀୟା ରକୁଲପ୍ରୀତ୍‍ଙ୍କ ପ୍ରେମରେ ପଡ଼ି ଯାଉଛନ୍ତି। ଏହାପରେ ତାଙ୍କର ଏହି ଅଦ୍ଭୁତ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories