www.samajalive.in
Monday, December 8, 2025
24.1 C
Bhubaneswar

ମୁଁ ଭଗବାନଙ୍କୁ କେବେ କିଛି ମାଗେନାହିଁ: ମୋଦୀ

କେଦାରନାଥ: ମୁଁ ଭଗବାନଙ୍କୁ କେବେ କିଛି ମାଗେ ନାହିଁ। ମୁଁ ଏଠାକୁ ଶାନ୍ତି, ଧ୍ୟାନ ଏବଂ ପ୍ରାର୍ଥନା କରିବାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥରେ ଭଗବାନଙ୍କ ପ୍ରାର୍ଥନା କରିବା ସହିତ ହିମାଳୟରେ ଧ୍ୟାନ କରିସାରିବା ପରେ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ମୋଦୀ ମାସାଧିକ କାଳ ପ୍ରଚାର କରିବା ପରେ ଭଗବାନଙ୍କ ଦର୍ଶନ ଲାଗି ଶନିବାର କେଦାରନାଥ ଯାତ୍ରା କରିଥିଲେ।

ମୋଦୀ କହିଥିଲେ ଯେ, ପ୍ରକୃତି, ପରିବେଶ ଏବଂ ପର୍ଯ୍ୟଟନର ବିକାଶ ମୋର ଲକ୍ଷ୍ୟ। ଏଠାକାର ଅଞ୍ଚଳରେ ହେଉଥିବା ବିକାଶ ସମ୍ପର୍କରେ ମୁଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥାଏ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅଞ୍ଚଳକୁ ଆସି ଖବର ପରିବେଷଣ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ସେମାନଙ୍କ ଉଦ୍ୟମ ଏଠାରେ ପର୍ଯ୍ୟଟନ ବିକାଶରେ ସହାୟତା କରିବ।

- Advertisement -

ସୂଚନାଯୋଗ୍ୟ, ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ବର୍ତ୍ତମାନ ସୁଦ୍ଧା ୪ ଥର କେଦାରନାଥ ଗସ୍ତରେ ଆସିଛନ୍ତି। ରବିବାର ସେ ବଦ୍ରିନାଥ ଗସ୍ତ କରିବା ସହ ସେଠାରେ ଏକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories