www.samajalive.in
Monday, December 8, 2025
14.1 C
Bhubaneswar

ବନାନା ମିଲ୍କ କଫି

ଆବଶ୍ୟକ ସାମଗ୍ରୀ
କଫି – ଆବଶ୍ୟକ ପରିମାଣରେ 
କଦଳୀ – ୧ଟି
କ୍ଷୀର – ୧କପ
ଡ଼ାଲଚିନି ଗୁଣ୍ଡ – ୧ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କଦଳୀ ଓ ଚିନିକୁ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଏହି ପ୍ରସ୍ତୁତ ପେଷ୍ଟକୁ ସେଥିରେ ପକାଇ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ଏଥିରେ କ୍ଷୀର ପକାଇ ପୁଣି ଗୋଳାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଡ଼ାଲଚିନି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ର ଗ୍ୟାସରେ ବସାଇ କ୍ଷୀର, ଚିନି, କଫି ପାଉଡ଼ର ପକାଇ ଫୁଟାଇ ଦିଅନ୍ତୁ। କଫି ପ୍ରସ୍ତୁତ ହେବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ପ୍ରସ୍ତୁତ ମିଶ୍ରଣକୁ ଏହାଉପରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବନାନା ମିଲ୍କ କଫି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories