www.samajalive.in
Monday, December 8, 2025
13.1 C
Bhubaneswar

ମୋଦୀ ଓ ଶାହାଙ୍କ ଚାପରେ ନିଷ୍ପତ୍ତି ନେଉଛନ୍ତି ନିର୍ବାଚନ ଆୟୋଗ : ମାୟାବତୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମଙ୍ଗଳବାର ବିଜେପି ଓ ଟିଏମସି ମଧ୍ୟରେ ହୋଇଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ନେତାଙ୍କୁ କଡା ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟାର୍ଗେଟ କରୁଥିବା ସେ କହିଛନ୍ତି। ବିଜେପି ଯୋଜନାବଦ୍ଧ ଭାବେ ଏହି ଟାର୍ଗେଟ କରିଆସୁଛି, ଯାହା ବର୍ତ୍ତମାନ ରାଜନୀତିରେ ଏକ ଧାରାରେ ପରିଣତ ହୋଇଛି। ଗୁରୁବାର ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ଚାପରେ ନିର୍ବାଚନ କମିଶନ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗରେ ଗୁରୁବାର ରାତି ୧୦ଟା ପରେ ନିର୍ବାଚନ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନୀ ସଭା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମାୟାବତୀ ଅଭିଯୋଗ କରିଛନ୍ତି। ଏହି ପ୍ରତିବନ୍ଧକ ଗୁରୁବାର ସକାଳ ସମୟରୁ କାହିଁକି ଲଗାଗଲା ନାହିଁ ବୋଲି ମାୟାବତୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଗୁରୁବାର ରାତି ପରେ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଶୁକ୍ରବାର ବନ୍ଦ ହୋଇଥାନ୍ତା।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories