www.samajalive.in
Thursday, December 11, 2025
14.1 C
Bhubaneswar

ହାଫିଜ ସୟିଦର ଶାଳକ ମାକି ଗିରଫ, ମୁମ୍ବଇ ଆକ୍ରମଣର ଥିଲା ମୋଷ୍ଟ ୱାଣ୍ଟେଡ

ଇସଲାମାବାଦ : ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦର ଶାଳକ ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମୋଷ୍ଟ ୱଣ୍ଟେଡ ଆତଙ୍କବାଦୀ ଅବଦୁଲ ରହମାନ ମାକିକୁ ପାକିସ୍ତାନ ପୁଲିସ୍‍ ବୁଧବାର ଗିରଫ କରିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର ଗୁଜରାନୱାଲା ଅଞ୍ଚଳରୁ ମାକିକୁ ଗିରଫ କରାଯାଇଛି। ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜମାତ ଉଦ ଦାବା (ଜେୟୁଡି), ଫଲାହ-ଇ- ଇନସାନିୟତ ଫାଉଣ୍ଡେସନ (ଏଫଆଇଏଫ) ଏବଂ ଜୈଶ-ଇ-ମହମ୍ମଦ (ଜେଇଏମ) ସହ ସମ୍ପୃକ୍ତ ୧୧ ସଂଗଠନ ଉପରେ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇବାର କିଛି ଦିନ ପରେ ମାକିକୁ ଗିରଫ କରିଛନ୍ତି। ମାକି ମୁଣ୍ଡ ଉପରେ ପ୍ରାୟ ୧୩ କୋଟି ଟଙ୍କା (୨୦ ଲକ୍ଷ ଡଲାର) ପୁରଷ୍କାର ରହିଛି। ମାକି ତାଲିବାନ ମୁଖ୍ୟ ମୌଲାନା ଉମର ଏବଂ ଅଲକାଏଦା ମୁଖ୍ୟ ଅଲ ଜୱାହିରିର ବହୁ ଘନିଷ୍ଠ ଅଟେ।
ମାକି ଗୁଜରାନୱାଲାରେ ପାକିସ୍ତାନ ସରକାରଙ୍କ ବିରୋଧରେ ଭାଷଣ ଦେଉଥିଲା। ସେ ନିଜ ଭାଷଣରେ ଉପରୋକ୍ତ ସଂଗଠନଗୁଡ଼ିକ ଉପରେ ସରକାରଙ୍କ ପ୍ରତିବନ୍ଧକକୁ ସମାଲୋଚନା କରିଥିଲା। ଏହାସହ ମାକି ଜେୟୁଡ଼ି, ଏଫଆଇଏଫ, ଜେଇଏମ ସଂଗଠନଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ମାକିକୁ ଏବେ ଲାହୋର ଜେଲରେ ରଖାଯାଇଛି। ଆତଙ୍କବାଦୀ ସଂଗଠନ ଜମାତ ଉଦ ଦାବାରେ ମାକିର ଦବଦବା ରହିଛି। ଏହି ସଂଗଠନର ସେ ଦ୍ୱିତୀୟ ଶୀର୍ଷ ନେତା ଭାବେ ଜଣାଶୁଣା। ପୁନେର ଜର୍ମାନୀ ବେକରି ଆତଙ୍କବାଦୀ ବିସ୍ଫୋରଣରେ ମାକିର ହାତ ଥିଲା। ଭାରତର ଦାବି ଅନୁସାରେ ଆମେରିକା ମାକିକୁ ଆତଙ୍କବାଦୀ ଘୋଷଣା କରିଛି। ଏହାପରେ ବି ମାକି ପାକିସ୍ତାନରେ ଖୋଲାଖୋଲି ବୁଲୁଥିଲା ଓ ଭାରତ ବିରୋଧ ଭାଷଣମାନ ଦେଇ ଆସୁଥିଲା।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories