www.samajalive.in
Monday, December 8, 2025
24.1 C
Bhubaneswar

ବିରାଟ କୋହଲି ଓ ସ୍ମୃତି ମାନ୍ଧାନାଙ୍କୁ ଶ୍ରେଷ୍ଠ ସିଏଟ ରେଟିଂ ପୁରସ୍କାର

ମୁମ୍ବଇ : ଟିମ୍‍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଏବଂ ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଅଫ ଦ ଇୟର ଭାବେ ସିଏଟ କ୍ରିକେଟ ରେଟିଂ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ସେହିପରି ଯଶପ୍ରିତ ବୁମରା ୨୦୧୮-୧୯ ପାଇଁ ଶେଷ୍ଠ ଅନ୍ତର୍ଜାତୀୟ ବୋଲର ପୁରସ୍କାର ପାଇଛନ୍ତି । ଚେତେଶ୍ୱର ପୂଜାରାଙ୍କୁ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟର ଅଫ ଦ ଇୟର, ରେହିତ ଶର୍ମାଙ୍କୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଅଫ ଦ ଇୟର, ଆରୋନ ଫିଞ୍ଚଙ୍କୁ ଅନ୍ତର୍ଜାତୀୟ ଟି-୨୦ ପ୍ଲେୟାର ଅଫ ଦ ଇୟର ଏବଂ ରଶିଦ ଖାଁ ଅନ୍ତର୍ଜାତୀୟ ଟି-୨୦ ବୋଲର ଅଫ ଦ ଇୟର ପୁରସ୍କାର ପାଇଛନ୍ତି।


ସୋମବାର ଅନୁଷ୍ଠିତ ସିଏଟ କ୍ରିକେଟ ରେଟିଂ ପୁରସ୍କାର ସମାରୋହରେ ସ୍ମୃତି ମାନ୍ଧାନାଙ୍କୁ ଶ୍ରେଷ୍ଠ ମହିଳା ଓ ଉଦୀୟମାନ ଯୁବ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭାରତର ୟଶଭି ଜୟଶ୍ୱାଲଙ୍କୁ ଜୁନିୟର କ୍ରିକେଟର ଅଫ ଦ ଇୟର ଭାବେ ସମ୍ମାନିତ କରାଯାଇଛି। କୁଳଦୀପ ଯାଦବଙ୍କୁ ଶ୍ରେଷ୍ଠ ପ୍ରତିଭାବାନ ପ୍ରଦର୍ଶନକାରୀ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଆଶୁଥୋଷ ଅମନଙ୍କୁ ଘରୋଇ ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ମହାନ ତଥା କ୍ରିକେଟ ତାରକା ମହେନ୍ଦ୍ର ଅମରନାଥଙ୍କୁ ସିସିଆର ଆନ୍ତର୍ଜାତୀୟ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି।
ସୂଚନାଯୋଗ୍ୟ ସିଏଟ କ୍ରିକେଟ ରେଟିଂ ପୁରସ୍କାର ୨୪ ବର୍ଷରେ ପଦାର୍ପଣ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories