www.samajalive.in
Thursday, December 11, 2025
15.1 C
Bhubaneswar

ସଂକ୍ରମଣ ଯୋଗୁଁ ପାଦ କୁଣ୍ଡାଇ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଖରା ଦିନେ ଝାଳ କାରଣରୁ ପାଦ କୁଣ୍ଡାଇ ହୋଇଥାଏ। ଏହା ହେବାର ମୁଖ୍ୟ କାରଣ ହେଉଛି ସଂକ୍ରମଣ। ଟେନିୟା ପେଡିସ ନାମକ ଏକ ଫଙ୍ଗଲ୍ସ କାରଣରୁ ପାଦ ଓ ନଖ ପ୍ରଭାବିତ ହୋଇଥାଏ। ଯାହାଦ୍ବାରା ପାଦ ଶୁଷ୍କ ହୋଇ ଅଧିକ କୁଣ୍ଡାଇ ହୋଇଥାଏ। ବେଳେବେଳେ ପାଦରେ ଜଳାପୋଡା ସମସ୍ୟା ଓ ଫାଟିବା ସମସ୍ୟା ଦେଖା ଦେଇଥାଏ। ପାଦରେ ମଶ୍ଚରାଇଜର ଲଗାଇବା ଦ୍ବାରା ଫଙ୍ଗଲ୍ସ ସଂକ୍ରମଣ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ କିଛି ଘରୋଇ ଉପାୟ ଆପଣେଇବା ଉଚିତ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ..

ଲୁଣ :

- Advertisement -

ଲୁଣରେ ଥିବା କେମିକାଲ ପାଦରୁ ଫଙ୍ଗଲ୍ସ ଓ ବ୍ୟାକ୍ଟେରିଆ ନଷ୍ଟ କରି ଦେଇଥାଏ। ଏହାଦ୍ବାରା ପାଦ କୁଣ୍ଡାଇ ହେବା କମ ହୋଇଥାଏ।

ତେଣୁ ଏକ ଟବରେ ଉଷୁମ ପାଣି ରଖି ସେଥିରେ ଲୁଣ ମିଶାଇ ଦିଅନ୍ତୁ। ସେହି ପାଣିରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପାଦକୁ ବୁଡାଇ ରଖନ୍ତୁ। ତାପରେ ସଫା ତଉଲିଆରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ। ସପ୍ତାହକୁ ୨ରୁ ୩ ଥର ଏପରି କରିବା ଦ୍ବାରା ପାଦ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଦହି :

ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଛି। ଏହା ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ତେଣୁ ପାଦରେ ସଂକ୍ରମଣ ହୋଇଥିଲେ ସେଠାରେ ଦହି ଲଗାଇ ୨୦ ମିନିଟ ଛାଡି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ପାଦ ଶୁଖି ଯିବା ପରେ ମଶ୍ଚରାଇଜର ଲଗାନ୍ତୁ। ଏହି ପ୍ରକ୍ରିୟା ସପ୍ତାହକୁ ୨ ଥର କରନ୍ତୁ।

ଭିନେଗାର :

ଭିନେଗାର ଆଣ୍ଟି-ସେପ୍ଟିକ ପରି କାର୍ଯ୍ୟ କରିଥାଏ। ଏହା ପାଦରେ ମଶ୍ଚରାଇଜର ପରି କାର୍ଯ୍ୟ କରିଥାଏ।

ତେଣୁ ଏକ ଟବରେ ଉଷୁମ ପାଣି ନେଇ ସେଥିରେ ୧ ଚାମଚ ଭିନେଗାର ମିଶାନ୍ତୁ। ସେହି ପାଣିରେ ପାଦକୁ ୧୫ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ତାପରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ। ଏପରି ସପ୍ତାହକୁ ୨ ଥର କରନ୍ତୁ।

ରସୁଣ :

ରସୁଣରେ ଆଣ୍ଟି-ଇଫ୍ଲେମେଟ୍ରି ଓ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହା ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ସଂକ୍ରମଣ ଯୋଗୁଁ ପାଦ କୁଣ୍ଡାଇ ହେଉଥିଲେ ପ୍ରଥମେ ରସୁଣକୁ ପେଷି ପେଷ୍ଟ କରି ଦିଅନ୍ତୁ। ତାପରେ ସେଥିରେ ୩ରୁ ୪ ଚାମଚ ମଲ୍ଲୀ ଫୁଲର ତେଲ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ପାଦରେ ୩୦ମିନିଟ ଲଗାଇ ଛାଡି ଦିଅନ୍ତୁ। ତାପରେ ପାଦକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ପ୍ରତିଦିନ କରନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories