www.samajalive.in
Wednesday, December 10, 2025
26.1 C
Bhubaneswar

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ଦାନ୍ତେୱାଡା : ଛତିଶଗଡ଼ର ମାଓବାଦୀ ପ୍ରବଣ ଦାନ୍ତେୱାଡା ଜିଲାର ଗୋଣ୍ଡେରାସ ଜଙ୍ଗଲରେ ବୁଧବାର ସକାଳେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ନିକଟରୁ ଗୋଟିଏ ଇନ୍ସାସ ରାଇଫଲ, ଗୋଟିଏ ୧୨ବୋର ବନ୍ଧୁକ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି।
ଡିଷ୍ଟ୍ରିକ୍‍ ରିଜର୍ଭ ଗ୍ରୁପ୍‍ (ଡିଆରଜି), ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସ୍‍ଟିଏଫ) ସହ ପ୍ରଥମ ଥର ମହିଳା ଡିଆରଜି ଏହି ଅଭିଯାନରେ ସାମିଲ ହୋଇଥିଲେ। ସୂଚନା ଅନୁସାରେ ସଂଘର୍ଷ ବେଳେ ପୁଲିସ୍‍ ମୋବାଇଲ ନେଟୱାର୍କକୁ ବନ୍ଦ କରିଦେଇଥିଲା। ପୁଲିସ୍‍କୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଗୋଣ୍ଡେରାସ ଜଙ୍ଗଲରେ ମାଓବାଦୀ କମାଣ୍ଡର ଶ୍ୟାମ, ଦେବା, ବିନୋଦ ସମେତ ୩୦ ଜଣ ମାଓବାଦୀ ଏକ ଟେଣ୍ଟରେ ଅଛନ୍ତି। ସୂଚନା ଅନୁସାରେ ବୁଧବାର ସକାଳେ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ତାଲସୀ ସମୟରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ମାଓବାଦୀ ନିହତ ହୋଇଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories