ଡେରାଡୁନ : ଉତ୍ତରାଖଣ୍ଡର ପାଉରୀ ନିକଟରେ ମଙ୍ଗଳବାର ସକାଳେ ଗିରି ଖାତକୁ ଏକ କାର ଖସି ଚାଳକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ କାରଟି ପାଉରୀରୁ ଡେରାଡୁନ ଯାଉଥିବାବେଳେ ବାଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଗମ୍ୟ ଅଞ୍ଚଳ ହୋଇଥିବାରୁ ମଙ୍ଗଳବାର ସକାଳେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ବୁଧବାର ସକାଳେ ସୂଚନା ମିଳିଛି। ଦୁର୍ଘଟଣା ପାଉରୀର ଦ୍ୱାରିଖାଲ ବିକାଶଖଣ୍ଡ ଅନ୍ତର୍ଗତ ସିଲୋଗି ନିକଟ ବଡେତଖାଲରେ ଘଟିଛି। କୁହାଯାଉଛି ଯେ ଦୁର୍ଘଟଣାରେ ମୃତ ଲୋକମାନେ ଡେରାଡୁନର ଏକ ବାହାଘର ଉତ୍ସବରେ ଯୋଗଦେବାକୁ କାର ଯୋଗେ ଯାଉଥିଲେ। କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ବଡେତଖାଲରେ ଖସି ପଡ଼ିଥିଲା।
ଗିରି ଖାତକୁ କାର ଖସି ୪ ମୃତ
Popular Categories



