www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ଏହି କୋଳି

ଆଲୁବୁଖାରା (ଏକ ପ୍ରକାର କୋଳି) ମଧ୍ୟରେ ସ୍ୱାସ୍ଥ୍ୟ ହିତକାରୀ ଗୁଣ ଭରପୁର ମାତ୍ରାରେ ରହିଛି। ଖରାଦିନରେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହଯାଏ। ଏହା ଶରୀର ପାଇଁ ଯେତେ ଉପକାରୀ ମୁହଁ ପାଇଁ ମଧ୍ୟ ସେତେ ଉପକାରୀ। ଏହାର ସ୍ୱାଦ ଖଟାମିଠା। ଏଥିରେ ଭିଟାମିନ, ମିନେରାଲ୍ସ, ଫାଇବର ଭରପୁର ମାତ୍ରାରେ ରହିଛି। ଏହା ଖାଇବା ଦ୍ୱାରା କି କି ଉପକାର ହୋଇଥାଏ, ଆସନ୍ତୁ ଜାଣିବା….
ଆଲୁବୁଖାରା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇରହିଥାଏ। ପ୍ରାୟ ୧୦୦ ଗ୍ରାମ ଆଲୁବୁଖାରାରେ ୪୬ କ୍ୟାଲୋରୀ ରହିଛି। ଯାହା ଓଜନକୁ ସଠିକ ଭାବେ ସର୍ବଦା ନିୟନ୍ତ୍ରିତ କରି ରଖେ। 
ଆଲୁବୁଖାରାରେ ଥିବା ଭିଟାମିନ ଚକ୍ଷୁ ଓ ମୁହଁ ପାଇଁ ଖୁବ ଉପକାରୀ। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
ହୃୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ।
ଏହି କୋଳିକୁ ଚୋପା ସହ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଠାରୁ ଶରୀରକୁ ଦୂରେଇ ରଖେ।
ଆଲୁବୁଖାରା ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ।
ଏହି କୋଳି ହୃଦୟ ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ଚିନ୍ତା ଦୂର କରିଥାଏ।
କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ।
ଆଲୁବୁଖାରାରେ ଥିବା ଆଇରନ ରକ୍ତ କୋଷିକା ଗୁଡ଼ିକୁ ତିଆରି କରିବାରେ ସହାୟକ ହୋଇଥାଏ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories