www.samajalive.in
Tuesday, December 9, 2025
16.1 C
Bhubaneswar

‘ଫନି’ ମୁକାବିଲା ପାଇଁ ୪ ରାଜ୍ୟକୁ କେନ୍ଦ୍ରର ଅଗ୍ରିମ ସହାୟତା; ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ଵର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ୧୦୮୬ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଜାତୀୟ ବିପତ୍ତି ପରିଚାଳନା କମିଟି(ଏନସିଏମସି) ବୈଠକରେ ନିଷ୍ପତ୍ତି ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ(ଏସଡିଆରଏଫ)କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ୨୦୦ କୋଟି ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବାବେଳେ ଓଡ଼ିଶାକୁ ୩୪୦ କୋଟି ୮୭ ଲକ୍ଷ, ତାମିଲନାଡୁକୁ ୩୦୯ କୋଟି ୩୭ ଲକ୍ଷ ଏବଂ ପଶ୍ଚିମବଙ୍ଗକୁ ୨୩୫ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ସହ ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories