www.samajalive.in
Wednesday, December 10, 2025
14.1 C
Bhubaneswar

ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ଫନି

ନୂଆଦିଲ୍ଲୀ . – ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବାକୁ ଯାଉଛି । ଭାରତର ପୂର୍ବତଟ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବରେ ପ୍ରବଳ ବର୍ଷ। ସହ ପବନ ବହିବା ବୋଲି ଆଶଙ୍କା କରାଯାଉଛି ।। ଏହି ଲଘୁଚାପ ସୋମବାର ରାତି ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ ଓ ବୁଧବାର ରାତି ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି  ।

ମେ ଏକ ତାରିଖରେ ସାମୁଦ୍ରିକ ଝଡ ଫନି ବକ୍ରଗତିରେ (ରିକର୍ଭ ) ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହାର ପ୍ରଭାବରେ ମେ ୨ ତିରଖରେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । କୋରପୁଟ,ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ  ମେ ୨ ତାରିଖରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ମେ ୨ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କିଲୋମିଟର ଓ ମେ ୩ ତାରିଖରେ ୫୦ରୁ ୬୦ କିଲୋମିଟର ବେଗର ପବନ ବହିବା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଓ୍ୱେଦର ଡଟକମର ସୂଚନା ଅନୁସାରେ  ଏହାର ପ୍ରଭାବରେ ମଙ୍ଗଳବାରରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି  ୧୨୦ କିଲୋମିଟର ବେଗରେ ପବନ ବହିବ । ପବନର ଗତି ଘଣ୍ଟାପ୍ରତି ୧୩୫ କିଲୋମିଟର ପହଞ୍ଚିପାରେ ।

- Advertisement -

ଏହି ସମୟରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ ।  ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ପାଇଁ  ସତର୍କ ସୂଚନା ଜାରି କରାଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories