www.samajalive.in
Monday, December 8, 2025
24.1 C
Bhubaneswar

ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

ସୋର: ବାଲେଶ୍ଵର ଜିଲା ସୋର ମ୍ୟୁନିସିପାଲଟି ଅନ୍ତର୍ଗତ ପାରମହଲା ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସେଖ ମଣ୍ଟୁ ନାମକ ଯୁବକ ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏପରି କି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ମଣ୍ଟୁ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, କୌଣସି କାରଣକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମଣ୍ଟୁ ଏକ ଛୁରିରେ ତାଙ୍କ ସ୍ତ୍ରୀ ବେବି ଖାତୁନଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ପରେ ନିଜେ ଘରୁ ୧ କିଲୋମିଟର ଦୂର ଅଙ୍ଗବଜାରସ୍ଥିତ ଏକ ଧର୍ମପୀଠକୁ ଚାଲିଯାଇ ନିଜ ତଣ୍ଟିକୁ ଛୁରିରେ କାଟି ଦେଇଥିଲେ। ଖବର ପାଇ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ସଦଳବଳ ପହଞ୍ଚି ମଣ୍ଟୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories