www.samajalive.in
Monday, December 8, 2025
13.1 C
Bhubaneswar

ପୁଲିସ ଗାଡ଼ିରେ ବିଜେପି କର୍ମୀଙ୍କ ପାଇଁ ଖାଦ୍ୟ ବୁହା

ଶ୍ରୀନଗର,୨୭ା୪: ବିଜେପି ଶୋଭାଯାତ୍ରାକାରୀଙ୍କ ପାଇଁ ପୁଲିସ ଗାଡ଼ିରେ ଖାଦ୍ୟ ପଠାଯିବାକୁ ନେଇ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପ୍ରଶାସନ ଏହାର ତଦନ୍ତ ନିର୍ଦେଶ ଦେଇଛି। ଶନିବାର ଏଠାରେ ଅନୁଷ୍ଠିତ ଏକ ନିର୍ବାଚନ ଶୋଭାଯାତ୍ରାରେ ଜାମ୍ମୁ-କାଶ୍ମୀର ପାଇଁ ନିଯୁକ୍ତ ବିଜେପି ପ୍ରଭାରୀ ରାମ ମାଧବ ଉଦ୍‌ବୋଧନ ଦେବାକୁ ଥିଲା। ଏହି ଶୋଭାଯାତ୍ରାରେ ସାମିଲ ଦଳୀୟ କର୍ମୀଙ୍କ ପାଇଁ ପୁଲିସ ଗାଡ଼ିରେ ଖାଦ୍ୟ ପୁଡ଼ିଆ ଓ ପାଣି ବୋତଲ ବୁହାଯାଇଥିଲା। ଗାଡ଼ିରେ ଥିବା କର୍ମଚାରୀ ଓ ଦଳୀୟ ନେତା ଏହାକୁ କର୍ମୀଙ୍କ ମଧ୍ୟରେ ବାଣ୍ଟିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଥିଲାବେଳେ ପୁଲିସ କହିବାନୁଯାୟୀ, ଏହି ଗାଡ଼ିରେ ସୁରକ୍ଷାକର୍ମୀଙ୍କୁ ବୁହାଯାଇଥାଏ। ନିର୍ବାଚନ ସମୟରେ ଏହା ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲାବେଳେ ଏହାର ଅପବ୍ୟବହାର ହୋଇଥିଲା। କିଛି ବିଜେପି ନେତା ଏଥିରେ ଖାଦ୍ୟ ଓ ପାନୀୟ ଆଣି କର୍ମୀଙ୍କୁ ବାଣ୍ଟିଥିଲେ। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ଗାଡ଼ିଚାଳକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅପରପକ୍ଷରେ ଏହି ଘଟଣା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା। ଉଲ୍ଲେଖଯୋଗ୍ୟ ଯେ ଅନନ୍ତନାଗ ଲୋକସଭା ଆସନରୁ ବିଜେପିର ସୋଫି ୟୁସୁଫ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories