ୱାଶିଂଟନ୍,୨୭ା୪: ପାକିସ୍ତାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କଟକଣା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗକୁ ପାକିସ୍ତାନୀଙ୍କୁ ଆମେରିକା ପାଇଁ ଭିସା ବନ୍ଦ କରାଯିବ ବୋଲି କୁହାଯାଇଛି। ପାକିସ୍ତାନ ଆମେରିକାରେ ଭିସା ଅବଧି ଶେଷ ପରେ ବେଆଇନ ଭାବେ ବସବାସ କରୁଥିବା ଏହାର ନାଗରିକଙ୍କୁ ଫେରାଇ ନେବାକୁ ମନା କରିବା ପରେ ଟ୍ରମ୍ପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆମେରିକାରେ ଥିବା ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯିବ ବୋଲି ମଧ୍ୟ ଟ୍ରମ୍ପ ଚେତାବନୀ ଶୁଣାଇଛନ୍ତି।
ଆମେରିକାରେ ଭିସା ଅବଧି ଶେଷ ପରେ ବାସ କରୁଥିବା ନାଗରିକଙ୍କୁ ପ୍ରତ୍ୟାହାର କରିନେବା ନେଇ ଆମେରିକା ଲାଗୁ କରିଥିବା କଡ଼ା ଆଇନ ବଳରେ ଅଦ୍ୟାବଧି ୧୦ଟି ରାଷ୍ଟ୍ର କ୍ଷେତ୍ରରେ ଏଭଳି କଟକଣା ଜାରି କରାଗଲାଣି। ଏହି ଦେଶ ମଧ୍ୟରେ ଅଛନ୍ତି ଗୁଏନା, ଗାମ୍ବିଆ, କାମ୍ବୋଡିଆ, ଗିନି, ଏରିଟ୍ରିଆ, ସିଏରାଲିଓନ୍, ବର୍ମା, ଲାଓସ୍, ଘାନା ଓ ପାକିସ୍ତାନ। ଦେଶାନ୍ତରୀ ଆଇନର ଧାରା ୨୪୩(ଘ) ଓ ଜାତୀୟତା ଆଇନ ଆଧାରରେ ଏହି କଟକଣା ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହାକୁ କଡ଼ାକଡ଼ି କରାଯାଉଛି। ସମ୍ପୃକ୍ତ ଦେଶ ସହିତ ସମ୍ପର୍କ କ୍ଷେତ୍ରରେ ଏହାର ପ୍ରଭାବ ବିଷୟ ଆମେରିକା ସରକାର ଚିନ୍ତା କରୁ ନାହାନ୍ତି। ଗତ କିଛି ବର୍ଷ ଧରି ଭାରତ ସ୍ବତନ୍ତ୍ର ବିମାନ ଯୋଗେ ଏଭଳି ନାକରିକଙ୍କୁ ଫେରାଇ ଆଣୁଥିବାରୁ ଏଥିରୁ ବର୍ତ୍ତିଛି।
ପାକିସ୍ତାନ ଉପରେ କଟକଣା ପରିପ୍ରେକ୍ଷୀରେ ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ। ଏହି କଟକଣା ସତ୍ତ୍ବେ ପାକିସ୍ତାନ ସହିତ କୂଟନୈତିକ ଯୋଗାଯୋଗ ବଳବତ୍ତର ରହିବ। ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ହୁସେନ୍ ହକାନିଙ୍କ ମତରେ ପାକିସ୍ତାନ ନାଗରିକଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ। ଆମେରିକା ଯିବାକୁ ଚାହୁଥିବା ପାକିସ୍ତାନ ନାଗରିକ ଅାମେରିକାର ଆଇନକାନୁନ ପ୍ରତି ଧ୍ୟାନ ଦେବାକୁ ବାଧ୍ୟ ହେବେ; ତେବେ ପାକିସ୍ତାନ ଏହାର ନାଗରିକଙ୍କୁ ଫେରାଇ ଆଣିବାଜନିତ ସମସ୍ୟା କିଛି ନୂଆ ନୁହେଁ ବୋଲି ହକାନି କହିଛନ୍ତି।
ପାକିସ୍ତାନ ଉପରେ ଆମେରିକାର କଟକଣା
Popular Categories



