www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ପ୍ରିୟାଙ୍କୁ ବଲିଉଡ଼ରୁ ଆଉ ଏକ ଅଫର୍

ମୁମ୍ବଇ : ମାଲାୟଲମ୍ ଚଳଚ୍ଚିତ୍ର ଗୋଟିଏ ଦୃଶ୍ୟରୁ ରାତାରାତି ଷ୍ଟାର ପାଲଟିଯାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟରଙ୍କ ଚାହିଦା ଏବେ ଶୀର୍ଷରେ। ପ୍ରିୟାଙ୍କ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଙ୍ଗଲୋ’ ମୁକ୍ତିଲାଭ କରିବା ପୂର୍ବରୁ ତାଙ୍କୁ ଆଉ ଏକ ବଲିଉଡ୍ ଚଳଚ୍ଚିତ୍ରର ଅଫର ମିଳିଛି। ସୂଚନା ଅନୁସାରେ, ମୟଙ୍କ ପ୍ରକାଶ ଶ୍ରୀବାସ୍ତବଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ହ୍ୟାକର୍ସ’ର ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଓ ସେ ଏଥିପାଇଁ ଚୁକ୍ତି ସ୍ବାକ୍ଷର ମଧ୍ୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ସାଇବର କ୍ରାଇମ୍ ଉପରେ ଆଧାରିତ। ଆସନ୍ତା ମାସ ଶେଷ ପର୍ୟ୍ୟାୟରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଶୁଟିଂ ପାଇଁ ଲକ୍ଷ୍ନୌ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ମୁମ୍ବଇ ଆଦି ସ୍ଥାନ ଚୟନ କରାଯାଇଛି।

image courtesy-India Today

ଉଲ୍ଲେଖଯୋଗ୍ୟ, ପ୍ରିୟା ପ୍ରଥମେ ମାଲାୟଲମ୍ ଚଳଚ୍ଚିତ୍ର ‘ଓରୁ ଅଦାର୍ ଲଭ୍’ର ଏକ ଗୀତରୁ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଗୀତର ଏକ ଦୃଶ୍ୟରୁ ସେ ରାତାରାତି ଇଣ୍ଟରନେଟ୍ ସେନସେସନ୍ ପାଲଟିଯାଇଥିଲେ। ତା’ପରେ ‘ଶ୍ରୀଦେବୀ ବଙ୍ଗଲୋ’ ଜରିଆରେ ସେ ବଲିଉଡ଼ରେ ପାଦ ଥାପିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories