www.samajalive.in
Saturday, December 13, 2025
15.1 C
Bhubaneswar

ସମାଜର ଶତବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗୀର : ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ର ଶତବାର୍ଷିକୀ ଅବସରରେ ବଲାଙ୍ଗୀର ସାମ୍ବାଦିକ ଭବନରେ ଏପିଏଲଏଲ, ଏସଆଇଟିଏମ ଓ ସ୍ମାଟ ଭେଲ୍ୟୁର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ଜମାଦାର, ସମ୍ମାନିତ ଅତିଥି ଭାବେ ଜିଲା ଓକିଲ ସଂଘର ସମ୍ପାଦକ ଅମନ ନାଗ, ଏପିଏଲଏଲର ଓଡିଶା ମୁଖ୍ୟ ସୁଭାଷ ରଥ, ସମ୍ବଲପୁର ଶାଖା ଅଧିକାରୀ ବିକାଶ ଅଗ୍ରୱାଲ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ଦୈନିକ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ଓଡିଶାର ଦୁଃଖୀ, ଦରିଦ୍ରଙ୍କ ପାଇଁ ସେ ଚଳନ୍ତି ଭଗବାନ ଥିଲେ। ବନ୍ୟା ହେଉ କି ବାତ୍ୟା, ସୁବୁଠି ତାଙ୍କ ତ୍ୟାଗ ଯୁଗ ଯୁଗ ଧରି ଇତିହାସର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସମାଜର ଗରିବ, ନିଷ୍ପେସିତ, ଅବହେଳିତ ଲୋକଙ୍କ ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ତଥା ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ଦୈନିକ ‘ସମାଜ’ ଖବର କାଗଜ ଶହେ ବର୍ଷରେ ପଦାର୍ପଣ କରିଛି। ଏହି ଖବର କାଗଜ ଲୋକଙ୍କ ନିରନ୍ତର ସେବା ଯୋଗାଇ ଦେବା ସହ ଓଡିଶାବାସୀଙ୍କ ସ୍ୱର ହୋଇ ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର, ଅନିୟମିତତାକୁ ନିରପେକ୍ଷ ଭାବେ ଖବର ପରିବେଷଣ କରିଆସୁଛି। ‘ସମାଜ’ ଖବର କାଗଜର ବାର୍ଷିକ ଲାଭାଂଶର ୯୦ ପ୍ରତିଶତ ଅର୍ଥ ଓଡିଶାର ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରୁଥିବା ଏହା କେବଳ ମାତ୍ର ଗୋଟିଏ ଅନୁଷ୍ଠାନ ବୋଲି ବକ୍ତାମାନେ ମତ ଦେଇଥିଲେ।
ବଲାଙ୍ଗୀରରେ ବିଭିନ୍ନ ସମୟରେ ରକ୍ତର ଅଭାବ ଦେଖାଦେଉଛି। ବିଶେଷ କରି ଖରା ଦିନରେ ରକ୍ତଭଣ୍ଡାରରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଉଥିବାର ନଜର ରହିଛି। ଆଜିର ଏହି ରକ୍ତଦାନ ଶିବିର ବେଶ ମହତ୍ୱପୂର୍ଣ୍ଣ ଅଟେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ‘ସମାଜ’ର ବଲାଙ୍ଗୀର ଅଫିସର ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର, ଜିଲା ପ୍ରତିନିଧି ଶିଶିରକାନ୍ତ ଶତପଥୀ, ସମ୍ବଲପୁର ସଂସ୍କରଣର ପ୍ରସାର ପରିଚାଳକ ମନୋରଞ୍ଜନ ମିଶ୍ର, ସହର ପ୍ରତିନିଧି ଅଭିଳାଷ ହୋତା, ଅଫିସ ସହଯୋଗୀ କ୍ଷମାନିଧି ପଟେଲ ଉପସ୍ଥିତ ଥିବା ବେଳେ ଏପିଏଲଏଲ ଲିଡର ବିରେନ୍ଦ୍ର ସାହୁ, ସୁରେନ୍ଦ୍ର ବିଭାର,ଏସଆଇଟିମ ନିର୍ଦ୍ଦେଶକ ସୁଶାନ୍ତ ସାହୁ, ସ୍ୱେଚ୍ଛାସେବୀ ବିବେକାନନ୍ଦ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରକ୍ତଭଣ୍ଡାର ପକ୍ଷରୁ ଡା.ପ୍ରଜ୍ଞା ପରମିତା ନାୟକ, ସେଖ ଅବଦୁଲ ଅସରଫ, ରଂଜନ ବରାଡ, କେଶବ ଷାଣ୍ଢ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୋଲାନାଥ ଛତ୍ରିଆ, ଅଶୋକ ପଧାନ, ରାଜୁ ଭୋଇ, ତାପସ କଲତା, ରଶ୍ମି ରଂଜନ ଛତ୍ରିଆ, ମାନସ ଦୀପ, ହରମ୍ରିା ନାଗ, ଯୋଶବନ୍ତୀ ଛତ୍ରିଆ, ଲୋଭା ଛତ୍ରିଆ, ରଶ୍ମିତା ତାଣ୍ଡି, ମୋହନ ହରପାଲ ପ୍ରମୁଖ ସକ୍ରିୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ‘ସମାଜ’ର ସିଟି ପ୍ରତିନିଧି ବିଭୁ କଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories