www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରାକୃତିକ ଉପାୟରେ ଗୋରା ଓ ଚମକପ୍ରଦ ଚେହେରା ପାଇବାର ଉପାୟ

ସାଧାରଣତଃ ପ୍ରତ୍ୟେକ ମହିଳା ଏକ ଗୋରା ଓ ସୁନ୍ଦର ଚେହେରା ପାଇବାକୁ ଚାହିଁଥାଆନ୍ତି। ଏଥିପାଇଁ ସେମାନେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। ଯାହାକି ସେମାନଙ୍କ ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଅଧିକ ବିଗାଡ଼ି ଦେଇଥାଏ। ତେବେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହାଦ୍ବାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଆପଣ ଏକ ଉଜ୍ବଳ ଓ କୋମଳ ତ୍ବଚା ପାଇ ପାରିବେ। ଚାଲନ୍ତୁ ଜାଣିବା ସେହି ପ୍ରାକୃତିକ ବା ଘରୋଇ ଉପାୟ ବିଷୟରେ –

 

- Advertisement -

-ଗୋରା ବା ଉଜ୍ବଳ ତ୍ୱଚା ପାଇଁ ଆମ୍ବ ବହୁତ ଲାଭଦାୟକ ହୋଇଥାଏ। ଆମ୍ବ ଖାଇବା ଦ୍ବାରା ଏଥିରେ ଥିବା ପ୍ରଚୁର ପରିମାଣର ଭିଟାମିନ୍-ସି କୋଲାଜେନ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଥାଏ। ଏହି କୋଲାଜେନ୍ ଯୋଗୁ ହିଁ ତ୍ୱଚା ସୁନ୍ଦର ଦେଖାଯାଇଥାଏ।
-ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଟମାଟୋ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟମାଟୋ ଖାଇବା ଓ ତ୍ବଚାରେ ଲଗାଇବା ଦ୍ବାରା ତ୍ବଚାର ଔଜଲ୍ୟତା ବୃଦ୍ଧି ପଇଥାଏ।
-ସେହିପରି ନିୟମିତ ଭାବେ ଅଣ୍ଡା ଖାଇବା ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋ ଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ। ଆମ୍ବ ହେବା ଋତୁରେ ପ୍ରାତଃଭୋଜନରେ କିଛି ଆମ୍ବ ଜୁସ୍ ସହିତ ଗୋଟିଏ ଅଣ୍ଡାର ଓମ୍ଲେଟ୍ ଆପଣଙ୍କ ପାଇଁ ଉପଯୁକ୍ତ ପ୍ରାତଃଭୋଜନ ହୋଇପାରିବ।
-ଗ୍ରୀନ୍ ଟି’ ଏବଂ ଲେମ୍ବୁ ମଧ୍ୟ ତ୍ବଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଗ୍ରୀନ୍ ଟି’ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ଏହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ। ଗ୍ରୀନ୍ ଟି’ରେ କିଛି ବୁନ୍ଦା ଲେମ୍ବୁରସ ପକାଇ ପିଇଲେ ଏହା ଅଧିକ ଲାଭପ୍ରଦ ହୋଇଥାଏ।
-ଗାଜରକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ପ୍ରଚୁର ପରିମାଣରେ ଭିଟାମିନ୍ ଏ’ ମିଳିବ। ଯାହାକି ତ୍ୱଚାକୁ ସତେଜ ରଖିବାରେ ସହାୟକ ହେବ।
-ପ୍ରତ୍ୟେକଦିନ ଖାଦ୍ୟରେ ପିଆଜ ଓ ରସୁଣକୁ ସାମିଲ କରନ୍ତୁ। ଏହାଦ୍ୱାରା ଧମନୀରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ। ଯଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରିଯାଇ ତ୍ୱଚା ଚମକି ଉଠେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories