www.samajalive.in
Monday, December 8, 2025
24.1 C
Bhubaneswar

ଏନଆଇଏ କୋର୍ଟରୁ ସାଧ୍ଵୀ ପ୍ରଜ୍ଞାଙ୍କୁ ଅଶ୍ଵସ୍ତି

ମୁମ୍ବଇ: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କୁ ମୁମ୍ବଇର ଏନଆଇଏ କୋର୍ଟରୁ ଅଶ୍ଵସ୍ତି ମିଳିଛି। ସାଧ୍ଵୀ ପ୍ରଜ୍ଞାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ନ ଦେବାକୁ ଆଗତ ଏକ ପିଟିଶନକୁ ଏନଆଇଏ କୋର୍ଟ ଖାରଜ କରିଦେଇଛନ୍ତି। ବୁଧବାର କୋର୍ଟରେ ପିଟିଶନର ଶୁଣାଣି ହୋଇଥିଲା। କିନ୍ତୁ ଆବେଦନକାରୀ ପିଟିଶନରେ ନିଜର ହସ୍ତାକ୍ଷର କରି ନ ଥିବାରୁ କୋର୍ଟ ତାହାକୁ ଖାରଜ କରିଦେଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ତାଙ୍କ ଓକିଲ କହିଥିଲେ ଯେ, ସାଧ୍ମୀ ପ୍ରଜ୍ଞାଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନ ଦିଆଯାଇଛି। କିନ୍ତୁ ସେ ଟିଭିରେ ସାକ୍ଷାତକାର ଦେଉଥିବା ଦେଖିବାକୁ ମିଳୁଛି। ତେବେ ସାଧ୍ଵୀ ଏକ ସାକ୍ଷାତକାରରେ ନିଜର ଚିକିତ୍ସା କରାଉଥିବା କହିଛନ୍ତି। ଏ ନେଇ ସାଧ୍ଵୀଙ୍କ ଓକିଲ ଜେ. ପି. ମିଶ୍ରା ଏ ନେଇ ମଧ୍ୟ କୋର୍ଟଙ୍କୁ ଜଣାଇଥିଲେ। ସାଧ୍ଵୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କ ସହିତ ସର୍ବଦା ଜଣେ ଡାକ୍ତର ରହୁଛନ୍ତି। ସେ ଜଣେ ଆତଙ୍କବାଦୀ ନୁହନ୍ତି ବୋଲି ପ୍ରମାଣିତ କରିବାକୁ ନିର୍ବାଚନ ଲଢୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ମାଲେଗାଓଁ ବିସ୍ଫୋରଣ ଘଟଣାର ଜଣେ ପୀଡ଼ିତାଙ୍କ ବାପା ସାଧ୍ଵୀ ପ୍ରଜ୍ଞାଙ୍କ ବିରୋଧରେ ଏନଆଇଏ କୋର୍ଟରେ ପିଟିଶନ ଦାୟର କରିଥିଲେ। ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ନ ଦେବା ଲାଗି ଆବେଦନକାରୀ କୋର୍ଟରେ ନିବେଦନ କରିଥିଲେ। ଏହା ଉପରେ କୋର୍ଟ ସାଧ୍ଵୀଙ୍କୁ ଜବାବ ତଲବ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ପିଟଶନ ଦାୟର କରାଯାଇଥିବା ସାଧ୍ଵୀ ପ୍ରଜ୍ଞା ଜବାବ ରଖିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories