www.samajalive.in
Thursday, December 11, 2025
26.1 C
Bhubaneswar

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର : ଆଜି ଆସୁଛନ୍ତି ଗଡ଼କରୀ,୨୬ରେ ରାହୁଲ ଓ ୨୭ରେ ଶାହା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ମତଦାନ ପରେ ଏବେ  ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଏଥିଲାଗି ପ୍ରଚାର ଜୋର ଧରିଛି ।ବିଭିନ୍ନ ଦଳର ତାରକା ପ୍ରଚାରକ ଓଡିଶା ଆସି ପ୍ରଚାରରେ ସାମିଲ ହେଉଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେନ୍ଦ୍ରାପଡା ଓ ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବେ ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି । ସେ ଆଜି ଅପରାହ୍ନରେ ଭଦ୍ରକ ବରାହପୁର କଲେଜ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଅପରାହ୍ନରେ ଭଦ୍ରକର ବନ୍ତ ବ୍ଲକ ହାଟ ପଡ଼ିଆରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି  ଆସନ୍ତା ୨୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୟୂରଭଞ୍ଜର ମୋରଡ଼ା ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ବାଲେଶ୍ୱରରେ ଏକ ଜନସଭାରେ ଯୋଗଦେବେ । ଏହି ଅବସରରେ ଶ୍ରୀ ଗାନ୍ଧୀ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

- Advertisement -

ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମରାଥନ ପ୍ରଚାର ଚଳାଇଛନ୍ତି। ସେ ଆଜି ବାଲେଶ୍ବର ଓ ମୟୁରଭଞ୍ଜରେ ୫ଟି ନୀର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ପ୍ରଚାର ଶେଷ ହେବ ।  ରାଜ୍ୟର ୬ଟି ଲୋକସଭା  ଆସନ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ କରାଯିବ । କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ମତଦାନ ସ୍ଥଗିତ ରହିଛି ।

ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ  ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସମସ୍ତ ପର୍ଯ୍ୟାୟ ମତଦାନ ପରେ ମେ’ ୨୩ ତାରିଖରେ ଭୋଟ ଗଣତି ସହିତ ଫଳାଫଳ ଘୋଷଣା ହେବ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories