www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ଗୌତମ ଗମ୍ଭୀର ସବୁଠାରୁ ଧନୀ; ଜାଣନ୍ତୁ ତାଙ୍କ ସମ୍ପତ୍ତି ପରିମାଣ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଦେଶର ରାଜଧାନୀ ନୂଆଦିଲ୍ଲୀର ୭ ଆସନ ପାଇଁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ସମେତ ଅନ୍ୟାନ୍ୟ ଦଳରୁ ଏବଂ ସ୍ବାଧୀନ ଭାବେ ୩୪୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି କ୍ରିକେଟରରୁ ରାଜନୀତିରେ ପ୍ରବେଶ କରିଥିବା ଭାରତୀୟ ଓପନର ଗୌତମ ଗମ୍ଭୀର। ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଉତ୍ତର ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୪୭ କୋଟି ବୋଲି ସେ ଦର୍ଶାଇଛନ୍ତି। ୨୦୧୭-୧୮ରେ ତାଙ୍କର ଆୟ ୧୨ କୋଟି ୪୦ ଲକ୍ଷ ଟଙ୍କା ରହିଥିବା ଆୟକର ପଇଠ କରିବା ସମୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଗମ୍ଭୀରଙ୍କ ଆୟ ୬ ଲକ୍ଷ ୧୫ ହଜାର ଟଙ୍କା ବୋଲି ସେ ଦର୍ଶାଇଛନ୍ତି।

ଏହା ବ୍ୟତୀତ କଂଗ୍ରେସ ପକ୍ଷରୁ ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିବା ମହାବଳ ମିଶ୍ରା ପ୍ରାର୍ଥୀମାନଙ୍କ ମଧ୍ୟରେ ଧନୀ ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ତାଙ୍କର ସମ୍ପତ୍ତି ପରିମାଣ ୪୫ କୋଟି ବୋଲି ସେ ଗତ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ ସମୟରେ ଦର୍ଶାଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରଠାରୁ ବର୍ତ୍ତମାନ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୧୨ କୋଟି ବୃଦ୍ଧି ପାଇଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

- Advertisement -

ସେହିପରି କଂଗ୍ରେସ ଟିକେଟରୁ ଦକ୍ଷିଣ ଦିଲ୍ଲୀ ପାଇଁ ପ୍ରାର୍ଥୀ ହୋଇଥିବା ବକ୍ସର ବିଜେନ୍ଦର ସିଂହଙ୍କ ସମ୍ପତ୍ତି ପରିମାଣ ୧୨କୋଟି ୧୪ ଲକ୍ଷ ରହିଛି। ବିଜେନ୍ଦର ୨୦୦୮ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ରୋହତକର ମହର୍ଷି ଦୟାନନ୍ଦ ବିଶ୍ଵବିଦ୍ୟାଳୟରୁ ସେ କଳାରେ ସ୍ନାତକ ପାସ୍‌ କରିଥିବା ଦର୍ଶାଇଛନ୍ତି।

ଗୌତମ ଗମ୍ଭୀରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ପୂର୍ବତନ ବିଧାୟକ ଅରବିନ୍ଦର ସିଂହ ଲଭ୍‌ଲିଙ୍କ ସମ୍ପତ୍ତି ପରିମାଣ ୬କୋଟି ୮୦ ଲକ୍ଷ ଥିବାବେଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍ତର-ପୂର୍ବ ଦିଲ୍ଲୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଶିଲା ଦୀକ୍ଷିତଙ୍କ ସମ୍ପତ୍ତି ପରିମାଣ ୪ କୋଟି ୯୨ ଲକ୍ଷ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ୨୦୧୩ ବିଧାନସଭା ନିର୍ବାଚନ ପରଠାରୁ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ପରିମାଣ ୨କୋଟି ୧୦ ଲକ୍ଷ ବୃଦ୍ଧି ପାଇଥିବାବେଳେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଇତିହାସରେ ଏମ.ଏ. କରିଥିବା ଦର୍ଶାଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories