www.samajalive.in
Monday, December 8, 2025
14.1 C
Bhubaneswar

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ମଇଦାନରେ ଅନେକ ହେବିୱେଟ୍ ନେତା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ
ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଆସନ ପାଇଁ ମତଦାନ ହେଉଛି । ଗୁଜରାଟର ସମସ୍ତ ୨୬ଟିଯାକ ଲୋକସଭା ଆସନ, କେରଳର ୨୦ଟି,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୧୪ଟି ଲେଖାଏଁ, ଉତ୍ତର ପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି, ବିହାର ଏବଂ ପଶ୍ଚିମବଙ୍ଗର ୫ଟି
ଲେଖାଏଁ, ଆସାମର ୪ଟି, ଗୋଆର ୨ଟି ଏବଂ ଜମ୍ମୁ-କାଶ୍ମୀର, ଦାଦ୍ରା ଏବଂ ନଗର ହାବେଳୀର ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ଏହି
ମତଦାନ ଅନୁଷ୍ଠିତ ହେଉଛି।

ଏହି ପର୍ଯ୍ୟାୟରେ ଦେଶର ବିଭିନ୍ନ ହେବିୱେଟ ନୋତାମାନଙ୍କର ରାଜନୈତିକ ଭାଗ୍ୟ ନିର୍ଣ୍ଣୟ ହେବ। ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳର ନେତା ଶରଦ୍‍ ଯାଦବ ପ୍ରମୁଖ ଏହି ପର୍ଯ୍ୟାୟ ନିର୍ବାଚନ ଦୌଡ଼ରେ ସାମିଲ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories