www.samajalive.in
Monday, December 8, 2025
20.1 C
Bhubaneswar

ଆର୍‌ବିଆଇ ପାଖରେ ୩ ଲକ୍ଷ ​କୋଟିର ବଳକା ପାଣ୍ଠି

ମୁମ୍ବଇ: ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିକଟରେ ଗଚ୍ଛିତ ରହିଛି ୩ ଲକ୍ଷ ​‌େ​‌କ​‌ାଟି ଟଙ୍କାର ଅତିରିକ୍ତ ବଳକା ପାଣ୍ଠି ା ଯାହା ଉପରେ କେନ୍ଦ୍ର ସରକାରଙ୍କର ନଜର ରହିଛି । ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜଲାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ରହିଥିବା ଉପରୋକ୍ତ ଅତିରିକ୍ତ ପାଣ୍ଠିର ଆକଳନ କରିବା ସମ୍ଭାବନା ରହିଛି ା ଆର୍‌ବିଆଇ ନିକଟରେ ଗଚ୍ଛିତ ରହିଥିବା ଏହି ୩ ଲକ୍ଷ ​‌େ​‌କ​‌ାଟି ଟଙ୍କାର ବଳକା ପାଣ୍ଠି ଦେଶର ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ହେବ ା ​‌ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି ।
୨୦୧୮ ସେ​ପ୍ଟେ‌ମ୍ବର ସୁଦ୍ଧା ଆର୍‌ବିଆଇ ନିକଟରେ ୯.୬ ଲକ୍ଷ ​କୋଟି ଟଙ୍କାର ଅତ୍ୟଧିକ ଗଚ୍ଛିତ ରାଶି ରହିଛି। ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ଅତିରିକ୍ତ ପାଣ୍ଠିକୁ ଯଦି ବ୍ୟାଙ୍କଗୁଡିକର ପୁନଃପୁଞ୍ଜିକରଣ କ୍ଷେତ୍ରରେ ବ୍ୟୟ କରାଯିବ ତେବେ ଲିକ୍ୟୁଡିଟି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠି ସୀମା ବର୍ତ୍ତମାନର ୨୫.୫%ରୁ ୨୦%କୁ ହ୍ରାସ କରାଯାଇଛିା ଏହା ଫଳରେ ୧.୯୬ ଲକ୍ଷ ​‌େକ​‌ାଟି ଟଙ୍କା ପ୍ରବାହ କରାଯାଇପାରିବ। ଏହା ଉଷା ଥରୁଟ୍‌ କମିଟି ସୁପାରିସ କରିଥିବା ୧୮% ଏବଂ ଅର୍ଥନୈତିକ ସର୍ଭେରେ ସୁପାରିସ କରାଯାଇଥିବା ୧୬% ସୀମା ତୁଳନାରେ ଅଧିକ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କୁ ଏହି ବଳକା ଅର୍ଥ ସ୍ଥାନାନ୍ତର ​‌େ​‌କ୍ଷତ୍ରରେ ଆର୍‌ବିଅାଇ କୌଣସି କଟକଣା ଲଗାଇପାରିବ ନାହିଁ ବୋଲି କୁହାଯାଇଛି ।
ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତବର୍ଷ ରିଜର୍ଭ ବ୍ୟାଙ୍କର ଅର୍ଥକୁ ସ୍ଥାନାନ୍ତର କରିବାକୁ ପୂର୍ବତନ ଗଭର୍ଣ୍ଣର ବିମଳ ଜଲାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗଠନ କରାଯାଇଥିଲା, ଯାହାକୁ ନେଇ ବେଶ ଆଲୋଚନା ମଧ୍ୟ ହୋଇଥିଲା ା ସେତେବେଳେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସେ ସମୟର ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ୍‌ ପଟେଲ ତୀବ୍ର ବିରୋଧ କରିଥିଲେ। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଉର୍ଜିତ୍‌ ପଦରୁ ଇସ୍ତଫା ଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories