www.samajalive.in
Monday, December 8, 2025
13.1 C
Bhubaneswar

ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ରାହୁଲଙ୍କ ପ୍ରସ୍ତାବକୁ ମନା କଲେ ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ଭଟିଣ୍ଡା ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସିଦ୍ଧୁ ଏହାକୁ ମନା କରିଦେଇଛନ୍ତି।

ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଚଣ୍ଡୀଗଡ଼ରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ। କିନ୍ତୁ ଦଳ ସେଠାରୁ ବରିଷ୍ଠ ନେତା ପୱନ କୁମାର ବଂଶଲଙ୍କୁ ପ୍ରାର୍ଥୀ କରିଛି। ଭଟିଣ୍ଡା ଏକ ଗୁରୁତ୍ଵପୂର୍ଣ୍ଣ ଆସନ ହୋଇଥିବାବେଳେ ଏଠାରୁ ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କ ପତ୍ନୀ ତଥା କେନ୍ଦ୍ରମନ୍ତ୍ରୀ ହର୍ସିମତ କୌର ନିର୍ବାଚନ ଲଢ଼ୁଛନ୍ତି। ତେଣୁ ତାଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ସିଦ୍ଧୁଙ୍କ ପତ୍ନୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲା।

- Advertisement -

ସିଦ୍ଧୁ କହିଛନ୍ତି ଯେ, ଦଳର ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ସେ ସମ୍ମାନ ଜଣାଉଛନ୍ତି। କିନ୍ତୁ ସେ ତାଙ୍କ ପତ୍ନୀଙ୍କ ପାଇଁ ପ୍ରଚାର କରିପାରିବେ ନାହିଁ। କାରଣ ପଞ୍ଜାବର ଦକ୍ଷିଣାଞ୍ଚଳ ଭଟିଣ୍ଡାରେ ପ୍ରଚାର କରିବା ତାଙ୍କ ପତ୍ନୀ ଏବଂ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାରୁ ଭଟିଣ୍ଡା ଏବଂ ଫିରୋଜପୁର ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା ଚଳାଇଛି। ଅକାଳୀ ଦଳ ବି ଏଠାରେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଦେଇନାହିଁ। ଅକାଳୀ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ମଧ୍ୟ କଂଗ୍ରେସ ନଜର ରଖିଥିବା କୁହାଯାଉଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories