www.samajalive.in
Thursday, December 11, 2025
14.1 C
Bhubaneswar

ମୁଲାୟମଙ୍କ ପାଇଁ ପ୍ରଚାର କରିବେ ମାୟାବତୀ; ମଞ୍ଚରେ ଏକାଠି ଦେଖାଦେବେ ଦୁଇ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ

ଲକ୍ଷ୍ନୌ: ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ଦୀର୍ଘ ୨୪ବର୍ଷ ଧରି ପ୍ରତିଦ୍ବନ୍ଦ୍ବୀ ରହିଆସିଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସପି) ଏବଂ ସମାଜବାଦୀ ପାର୍ଟି(ଏସପି) ଏଥର ଏକାଠି ନିର୍ବାଚନ ଲଢୁଛନ୍ତି। ଏହି କ୍ରମରେ ଶୁକ୍ରବାର ମାୟାବତୀ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ପାଇଁ ପ୍ରଚାର କରିବେ, ଯାହା ଉତ୍ତର ପ୍ରଦେଶ ରାଜନୀତିରେ ଏକ ସ୍ମରଣୀୟ ମୁହୂର୍ତ୍ତ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି ଆଜିର ପ୍ରଚାର କାର୍ଯ୍ୟକ୍ରମ ଏକ ଐତିହାସିକ ଦିନ ହେବ ବୋଲି ମୁଲାୟମ କହିଛନ୍ତି। ଏହି ରାଲିରେ ମାୟାବତୀ ଏବଂ ମୁଲାୟମଙ୍କ ସମେତ ଅଖିଳେଶ ଓ ଆରଏଲଡି ମୁଖ୍ୟ ଅଜିତ ସିଂହ ଯୋଗଦେବେ।

ଚଳିତ ନିର୍ବାଚନରେ ମୈନପୁରୀ ଆସନରୁ ମୁଲାୟମ ନିର୍ବାଚନ ଲଢ଼ୁଛନ୍ତି। ପ୍ରଚାର ପାଇଁ ଗୁରୁବାର ସନ୍ଧ୍ୟାରୁ ମୁଲାୟମ ପହଞ୍ଚିଛନ୍ତି। କ୍ରିଷ୍ଟିଆନ କଲେଜ ପଡ଼ିଆରେ ଏକ ବଡ଼ ସଭାର ଆୟୋଜନ କରାଯାଇଛି। ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ଦଳର ସଭାପତି ଅଖିଳେଶ ଯାଦବ, ବିଏସପି ମୁଖ୍ୟ ମାୟାବତୀ ଏବଂ ଆରଏଲଡି ମୁଖ୍ୟ ଅଜିତ ସିଂହ ପ୍ରଚାର ସଭା ମଞ୍ଚରେ ଉପସ୍ଥିତ ରହିବେ। ଶୁକ୍ରବାର ୨ଟି ରାଲି କରାଯିବ। ପ୍ରଥମେ ମୁଲାୟମ ସିଂହ ଯାଦବ ଓ କନୱର ଦେବେନ୍ଦ୍ର ସିଂହଙ୍କ ପାଇଁ ଏବଂ ପରେ ରାଏବରେଲୀରେ ବିଏସପି ପ୍ରାର୍ଥୀ ରୁଚି ବୀରାଙ୍କ ପାଇଁ ରାଲି କରାଯିବ। ଉଲ୍ଲେଖଯୋଗ୍ୟ, ମୈନପୁରୀ ଆସନରେ ବିଜେପି ଆଦୌ ଜିତିନାହିଁ। ମୁଲାୟମ ୧୯୯୬ରେ ପ୍ରଥମେ ଏଠାରୁ ବିଜୟୀ ହୋଇଥିଲେ। ପରେ ୨୦୦୪, ୨୦୦୯ ଏବଂ ୨୦୧୪ରେ ମଧ୍ୟ ସେ ଏଠାରୁ ନିର୍ବାଚିତ ହୋଇଥିଲେ।

- Advertisement -

ସୂଚନାଯୋଗ୍ୟ, ୧୯୯୩ ବିଧାନସଭା ନିର୍ବାଚନ ସମୟରେ ମୁଲାୟମ ବିଏସ୍‌ପି ସହ ମେଣ୍ଟ କରିଥିଲେ। କିନ୍ତୁ ଗେଷ୍ଟହାଉସ ଆକ୍ରମଣ ପରେ ୧୯୯୫ ଜୁନ ୨ରେ ବିଏସପି ମେଣ୍ଟରୁ ଓହରି ଯାଇଥିଲା। ଏହା ପରଦିନ ବିଜେପି ସମର୍ଥନରେ ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୨୪ ବର୍ଷ ପରେ ଉଭୟ ଦଳ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories