www.samajalive.in
Wednesday, December 10, 2025
16.1 C
Bhubaneswar

ଖରା ଦିନ ପାଇଁ ଘିକୁଆଁରୀ ଫେସିଆଲ୍‌

ଉଜ୍ବଳ ମୁହଁ ତ ସବୁ ଝିଅଙ୍କର ଇଚ୍ଛା ଥାଏ। ଏଥିପାଇଁ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ଏହାଦ୍ବାରା ଝିଅଙ୍କ ମୁହଁ ଉଜ୍ବଳ ଓ ସୁନ୍ଦର ଦେଖା ଯାଇଥିାଏ ସତ କିନ୍ତୁ ଧିରେ ଧିରେ ମୁହଁର ଚର୍ମ ଉପରେ ଖରାପ ପ୍ରଭାବ ପଡିଥାଏ। ମୁହଁ ପାଇଁ ଆପଣ ଘିକୁଆଁରୀ ଜେଲ, ଫେସୱାଶ୍ ଓ କ୍ରୀମ୍‌ର ବ୍ୟବହାର କରିଥିବେ। କିନ୍ତୁ ଘିକୁଆଁରୀ ଫେସିଆଲ୍‌ର ବ୍ୟବହାର ଦ୍ବାରା ମୁହଁର ସମସ୍ତ ସମସ୍ୟାରୁ ଶୀଘ୍ର ମୁକ୍ତି ପାଇପାରିବା। ଏହି ଫେସିଆଲକୁ ଘରେ ପ୍ରସ୍ତୁତ କରି ଆମେ ବ୍ୟବହାର କରି ପାରିବା।

ଘିକୁଆଁରୀ ଫେସିଆଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ଆଣନ୍ତୁ। ସେଥିରେ ଦୁଇ ଚାମଚ ଘିକୁଆଁରୀ ଜେଲ ଓ ଏକ ଚାମଚ ଗ୍ଲିସେରିନ ମିଶାନ୍ତୁ। ତାହାକୁ କିଛି ସମୟ ମୁହଁରେ ମାଲିସ କରନ୍ତୁ। ତାପରେ କିଛି ସମୟ ପରେ ଓଦା ରୁମାଲରେ ମୁହଁକୁ ଭଲ ଭାବେ ପୋଛି ଦିଅନ୍ତୁ।

- Advertisement -

ଘିକୁଆଁରୀ ସ୍କ୍ରବ ତିଆର କରି ତାହାକୁ ମୁହଁରେ ବ୍ୟବହାର କରିପାରିବେ। ସେଥିପାଇଁ ୨ଚାମଚ ଘିକୁଆଁରୀ ଜେଲରେ ୧ଚାମଚ କଞ୍ଚା କ୍ଷୀର ମିଶାନ୍ତୁ। ତାପରେ ସେଥିରେ ଅଳ୍ପ ଚାଉଳ ଗୁଣ୍ଡ ଓ ୪ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘିକୁଆଁରୀ ସ୍କ୍ରବ। ଏହାକୁ ମୁହଁରେ ଭଲ ଭାବେ ଲଗାଇ ସ୍କ୍ରବ କରନ୍ତୁ। ତାପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ସ୍କ୍ରବ କରିବା ପରେ ମୁହଁରେ ସ୍ଟିମ୍‌ (ବାମ୍ଫ) ଦିଅନ୍ତୁ। ସେଥିପାଇଁ ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ଦୁଇ ଚାମଚ ମହୁ, ଭିଟାମିନ-ଇ ଟ୍ୟାବଲେଟ ଓ ଦୁଇ ଚାମଚ ଘିକୁଆଁରୀ ଜେଲ ମିଶାନ୍ତୁ। ଏହାପରେ ମୁହଁକୁ ଘୋଡାଇ ୫ମିନିଟ୍‌ ପର୍ଯ୍ୟନ୍ତ ବାମ୍ଫ ନିଅନ୍ତୁ।

ଘିକୁଆଁରୀ ଫେସପ୍ୟାକ୍ ଆପଣଙ୍କ ମୁହଁ ପାଇଁ ଅତ୍ୟନ୍ତ ଲାଭଜନକ ହୋଇଥାଏ। ଏଥିପାଇଁ ଏକ ପାତ୍ରରେ ୨ଚାମଚ ଚନ୍ଦନ ପାଉଡର, ଗୋଲାପ ଜଳ ଓ ଘିକୁଆଁରୀ ଜେଲ ମିଶାନ୍ତୁ। ତାପରେ ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାହା ଶୁଖିଗଲା ମୁହଁକୁ ଭଲ ଭାବେ ସଫା ପାଣିରେ ଧୋଇ ଦିଅନ୍ତୁ।

ଏପରି କରିବା ଦ୍ବାରା ମୁହଁ ଉଜ୍ବଳ ଓ ଆକର୍ଷଣୀୟ ଦେଖା ଯିବା ସହ ଦାଗରୁ ମଧ୍ୟ ମୁକ୍ତି ପାଇବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories