www.samajalive.in
Thursday, December 11, 2025
14.1 C
Bhubaneswar

ପାକିସ୍ତାନରୁ ମହିଳାଙ୍କୁ ଚାଲାଣ କରୁଛନ୍ତି ଚୀନ କର୍ମଚାରୀ

ଇସଲାମାବାଦ: ପାକିସ୍ତାନର ବନ୍ଧୁ କୁହାଯାଉଥିବା ଚୀନ ଏବେ ପାକିସ୍ତାନରୁ ମହିଳାଙ୍କୁ ନିଜ ଦେଶକୁ ଚାଲାଣ କରୁଛି। ଚୀନ-ପାକିସ୍ତାନ ଇକୋନୋମିକ କରିଡର(ସିପିଇସି)ର ଫାଇଦା ନେଇ କେତେକ ଚୀନ କର୍ମଚାରୀ ପାକିସ୍ତାନରେ ପହଞ୍ଚି ସେଠାରେ ଗରିବ ଏବଂ ନିଷ୍ପେଶିତ ମହିଳାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ନିଜ ଦେଶକୁ ନେଇଯିବା ସହ ସେଠାରେ ବିକ୍ରି କରିଦେଉଛନ୍ତି। ବିଶେଷ କରି ମହିଳାଙ୍କୁ ବିବାହ ଏବଂ ଚାକିରିର ପ୍ରଲୋଭନ ଦେଖାଯାଉଛି। ଏ ନେଇ ପାକ୍‌ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଆଗକୁ ହେବାକୁ ଥିବା ବିଆରଆଇ ସମ୍ମିଳନୀରେ ଉଭୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ଆଶଙ୍କା ଉପୁଜିଛି।

ରିପୋର୍ଟ ମୁତାବକ, ସିପିଇସି ଯୋଜନାରେ କାର୍ଯ୍ୟ କରୁଥିବା ଚୀନ ପୁରୁଷ ପାକ୍‌ ମହିଳାଙ୍କ ଚାଲାଣ କରୁଛନ୍ତି। ଯେଉଁ ଯୁବତୀ ଏବଂ ମହିଳାମାନେ ଆର୍ଥିକ ଅନଗ୍ରସର ସେମାନଙ୍କୁ ଟାର୍ଗେଟ କରାଯାଉଛି। କେତେକ ସ୍ଥାନରେ କେନ୍ଦ୍ର ଖୋଲାଯାଇ ବିବାହ କରିବା କିମ୍ବା ଅଧିକ ଅର୍ଥ ଦେବାର ପ୍ରଲୋଭନ ଦେଖାଇ ଚୀନ ନିଆଯାଉଛି। ପରେ ସେଠାରେ ସେମାନଙ୍କୁ ବେଶ୍ୟାବୃତ୍ତିରେ ସାମିଲ ପାଇଁ ବିକ୍ରି କରିଦିଆଯାଉଛି। ବେଶ୍ୟାବୃତ୍ତି ପାଇଁ ରାଜି ହେଉ ନ ଥିବା ମହିଳାଙ୍କ ଶରୀରରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ନେଇ ବିକି ଦିଆଯାଉଛି। ୨୦୧୩ରେ ସିପିଇସି ଯୋଜନା ଆରମ୍ଭ ହୋଇଛି। ଏହା ପରଠାରୁ ପାକିସ୍ତାନ ଯାଉଥିବା ଚୀନ ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ପଛରେ ମାନବ ଚାଲାଣ ପ୍ରମୁଖ ଉଦ୍ଦେଶ୍ୟ ଥିବା ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ଏହି ରିପୋର୍ଟ ଉପରେ ଇସଲାମାବାଦସ୍ଥିତ ଚୀନ ଦୂତାବାସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇ କୁହାଯାଇଛି ଯେ, ଆମେ ଚୀନ ଏବଂ ପାକିସ୍ତାନୀ ନାଗରିକଙ୍କୁ ସତର୍କ ରହିବା ଓ ପରସ୍ପର ସହିତ ବିଶ୍ଵାସଘାତ ନ କରିବାକୁ ବିଶ୍ଵାସ ଦେଉଛୁ। ଲୋକମାନେ ଭ୍ରମାତ୍ମକ ସୂଚନା ଉପରେ ବିଶ୍ଵାସ କରନ୍ତି ନାହିଁ ଏବଂ ଏକାଠି ମିଶି ଚୀନ-ପାକିସ୍ତାନର ବନ୍ଧୁତ୍ଵ ରକ୍ଷା କରନ୍ତି।

ତେବେ ଚୀନ ଦୂତାବାସର ଏଭଳି ପ୍ରତିକ୍ରିୟା ପରେ ପାକିସ୍ତାନର ଏକ ଟେଲିଭିଜନ ଚ୍ୟାନେଲରେ କେତେକ ଫଟୋ ପ୍ରସାରଣ କରାଯାଇଥିଲା। ଏକ କେନ୍ଦ୍ରରେ ପାକିସ୍ତାନୀ ମହିଳାଙ୍କ ସହିତ ଚୀନ ପୁରୁଷଙ୍କୁ ଉକ୍ତ ଫଟୋରେ ଦେଖିବାକୁ ମିଳିଥିଲା। ମହିଳାମାନଙ୍କୁ ଚୀନ ନେବା ବଦଳରେ ସେମାନଙ୍କ ପରିବାରକୁ ମାସିକ ୨୦ ହଜାର ୮୦୦ ଟଙ୍କା ଦିଆଯିବ। ଏପରି କହି ଚୀନ କର୍ମଚାରୀମାନେ ସେମାନଙ୍କୁ ନିଜ ଦେଶକୁ ନେଇଯାଉଥିବା ମହିଳାମାନେ ସୂଚନା ଦେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories