www.samajalive.in
Monday, December 8, 2025
24.1 C
Bhubaneswar

କର୍ନାଟକର ୩ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଆୟକର ଚଢ଼ାଉ

ବେଙ୍ଗାଲୁରୁ: କର୍ନାଟକର ୩ ଜଣ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆର୍ଥିକ ଅନିୟମିତତା ଅଭିଯୋଗରେ ମାଣ୍ଡ୍ୟା ଏବଂ ହସନ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ରାଜ୍ୟର ମନ୍ତ୍ରୀ ସି.ଏସ. ପୁଟ୍ଟରାଜୁଙ୍କ ସହଯୋଗୀ ଥିବା ଜଣେ ଠିକାଦାରଙ୍କ ଘରେ ଚଢ଼ାଉ କରାଯାଇଛି। ସେହିପରି ହସନ ଅଞ୍ଚଳରେ ମନ୍ତ୍ରୀ ରେବାନ୍ନାଙ୍କ ଜଣେ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଛି। ଏହାବ୍ୟତୀତ ପରିବହନ ମନ୍ତ୍ରୀ ଡି.ସି. ଥାମ୍ମାନ୍ନାଙ୍କ ସହଯୋଗୀ ଘରେ ମଧ୍ୟ ଆୟକର ଅଧିକାରୀମାନେ ଚଢ଼ାଉ କରିଛନ୍ତି। ତେବେ ୨ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ଚଢ଼ାଉ କରାଯାଇଥିବାରୁ ଜେଡିଏସ ଏବଂ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯିବା ସହ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ସରକାର ଆୟକର ବିଭାଗକୁ ବ୍ୟବହାର କରୁଛି ବୋଲି କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories