www.samajalive.in
Monday, December 8, 2025
14.1 C
Bhubaneswar

୨୦ ହଜାର ଚାକିରି ବଞ୍ଚାଇବା ପାଇଁ ମୋଦୀଙ୍କୁ ଗୁହାରି କଲେ ଜେଟ୍‌ ଏୟାରୱେଜ୍‌ ପାଇଲଟ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଘରୋଇ ବିମାନ ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ କମ୍ପାନୀ ପକ୍ଷରୁ ବିମାନ ଉଡ଼ାଣ ସଂଖ୍ୟା ୧୪୧ରୁ ୧୧କୁ ଖସି ଆସିଲାଣି। କମ୍ପାନୀ ପକ୍ଷରୁ ପାଇଲଟ୍‌ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଠିକ ଭାବେ ଦରମା ଦିଆଯାଇ ପାରୁନାହିଁ। ସେପଟେ ପ୍ରମୁଖ ଋଣଦାତା ଏସବିଆଇ କମ୍ପାନୀର ୭୫% ଅଂଶଧନ ବିକ୍ରି କରିବାକୁ ଯୋଜନା ଚଳାଇଛି। ଏଭଳି ସ୍ଥିତିରେ କମ୍ପାନୀ ବନ୍ଦ ହେଲେ ପ୍ରାୟ ୨୦ ହଜାର କର୍ମଚାରୀ ଚାକିରି ହରାଇବେ। ତେଣୁ କମ୍ପାନୀକୁ ଉଦ୍ଧାର କରିବା ସହ ୨୦ ହଜାର ଚାକିରି ବଞ୍ଚାଇବାକୁ ଜେଟ ଏୟାରୱେଜ୍‌ର ପାଇଲଟମାନେ ଗୁହାରି କରିଛନ୍ତି। ଏଥିସହ ବୁଡ଼ିଯାଉଥିବା ଜେଟ୍‌ ଏୟାରୱେଜ ସଂସ୍ଥାକୁ ଉଦ୍ଧାର କରିବାରେ ସହାୟତା କରିବା ଲାଗି ପାଇଲଟ୍‌ମାନେ ଏସବିଆଇକୁ ନିବେଦନ କରିଛନ୍ତି। ୧୫୦୦ କୋଟି ଟଙ୍କାର ଏକ ପାଣ୍ଠି ଜାରି କରିବାକୁ ପାଇଲଟ୍‌ମାନେ ଏସବିଆଇକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଦରମା ମିଳି ନ ଥିବାରୁ ବିମାନ ନ ଉଡ଼ାଇବା ଲାଗି ଜେଟ୍‌ ଏୟାରୱେଜ୍‌ର ୧୧୦୦ ପାଇଲଟ୍‌ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ବର୍ତ୍ତମାନ ପ୍ରତ୍ୟାହାର କରିନେଇଛନ୍ତି। ଗତ ଜାନୁୟାରୀରୁ ପାଇଲଟମାନଙ୍କୁ ଦରମା ମିଳିନାହିଁ। ତେଣୁ ବିମାନ ନ ଉଡ଼ାଇବା ଲାଗି ଗତ ରବିବାର ସକାଳେ ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ(ଏନଏଜି) ପକ୍ଷରୁ ପାଇଲଟମାନଙ୍କୁ କୁହାଯାଇଥିଲା। ଏନଏଜି ଜେଟ୍‌ ଏୟାରୱେଜ୍‌ର ୧୬୦୦ ପାଇଲଟଙ୍କ ମଧ୍ୟରୁ ୧୧୦୦ ପାଇଲଟ୍‌ଙ୍କ ପ୍ରତିନିଧିତ୍ଵ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories