www.samajalive.in
Monday, December 8, 2025
24.1 C
Bhubaneswar

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ସୁନାମୀ ଚେତାବନୀ ଜାରି

ଜାକାର୍ତା : ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଶୁକ୍ରବାର ଅପରାହ୍ଣରେ ରିଆକ୍ଟର ସ୍କେଲରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି।
ଆମେରକା ଭୂମିକମ୍ପ ବିଜ୍ଞାନୀ ଓ ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ (ୟୁଏସ୍‍ଜିଏସ୍‍) ଅନୁସାରେ ଭୂମିକମ୍ପ ଝଟକାରେ ଭୟଭୀତ ହୋଇ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ଚାଲି ଯାଇଥିଲେ। ସୁଲୱେସି ଦ୍ୱୀପ ପୂର୍ବ ଉପକୂଳର ୧୭ କିଲୋମିଟର ଭୂଗର୍ଭ ତଳେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିବା ଚିହ୍ନଟ କରାଯାଇଛି। ଭୂମିକମ୍ପରେ ଏପର୍ଯ୍ୟନ୍ତ କାହାରି ମୃତାହାତର ଖବର ମିଳିନାହିଁ। ଇଣ୍ଡୋନେସିଆ ପାଣିପାଗ ବିଭାଗ ଏବଂ ଜିୟୋଫିଜିକ୍ସ ଏଜେନ୍ସି ପକ୍ଷରୁ ମୋରୋୱାଲି ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉଚ୍ଚଭାଷ ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଲୋକଙ୍କୁ ସମୁଦ୍ର ତଟକୁ ନଯିବା ଓ ତଟବର୍ତ୍ତୀ ଘର ଛାଡ଼ି ଚାଲିଯିବାକୁ କୁହାଯାଇଛି।
ଉଦ୍ଧାରକାରୀ ଦଳ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଗତ ବର୍ଷ ପାଲୁ ସହରରେ ଅନୁଭୂତ ୭.୫ ତୀବ୍ରତାର ଭୂମିକମ୍ପରେ ୪,୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ବହୁ କୋଟି ଟଙ୍କାର ଧନ, ଜୀବନ ନଷ୍ଟ ହୋଇଯାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories