www.samajalive.in
Monday, December 8, 2025
24.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସାମ୍ପୁ , ଦୂର ହେବ କେଶ ଜନିତ ସମସ୍ତ ସମସ୍ୟା

ଖରା ହେଉ ଅବା ଶୀତ ସବୁ ସମୟରେ କେଶ ଜନିତ ସମସ୍ୟା ଲାଗି ରହିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମ୍ପୁର ବ୍ୟବହାର କରିଥାଉ। ମାତ୍ର କେମିକାଲ କାରଣରୁ ଏହା କେଶ ଉପରେ କୁପ୍ରଭାବ ପକାଇଥାଏ। କେଶ ସଫା କରିବା ପାଇଁ ସାମ୍ପୁର ଭୂମିକା ଅପରିହାର୍ଯ୍ୟ। ତେଣୁ ଘରୋଇ ଉପାୟରେ ସାମ୍ପୁ ପ୍ରସ୍ତୁତ କରି ଏହାକୁ ବ୍ୟବହାର କଲେ କେଶ ଜନିତ ବହୁ ସମସ୍ୟାର ସମାଧାନ ହୋଇଥାଏ। ଘରୋଇ ଉପାୟରେ ପ୍ରସ୍ତୁତ ହେଉଥିବା ଏହି ସାମ୍ପୁ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମସ୍ୟାରୁ ମୁକ୍ତି ମିଳିବା ସହ ଏହା କେଶକୁ ରେଶମୀ ଓ ମୋଟା ମଧ୍ୟ କରିଥାଏ। ଜାଣନ୍ତୁ, ଘରୋଇ ଉପାୟରେ କିପରି ସାମ୍ପୁ ପ୍ରସ୍ତୁତ କରିବେ….
ଅଁଳା – ୪ଟି
ରିଠା ଫଳ – ୪ଟି
ସିକାକାଇ – ୨ଟି
ରାତିରେ ଅଁଳା, ରିଠା, ସିକାକାଇ ନେଇ ଏକ ପାତ୍ରରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ତାହାକୁ ଫୁଟାଇ ଦିଅନ୍ତୁ। ଭଲ ଭାବେ ଏହା ସିଝିବା ପରେ ଘୋଡ଼ାଇ ରଖି ଦିଅନ୍ତୁ। ପରଦିନ ଏହାକୁ ଭଲ ଭାବେ ଚକଟି ଏହାର ରସରେ କେଶକୁ ସଫା କରନ୍ତୁ। ଆପଣ ନିୟମିତ ଏହାକୁ ସପ୍ତାହକୁ ୩ ଥର ଲଗାନ୍ତୁ। ୧ମାସ ମଧ୍ୟରେ ନିଜେ ଅନୁଭବ କରିବେ କେଶ ପାଇଁ ଏହା ଆଶୀର୍ବାଦ ଠାରୁ କମ ନୁହେଁ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories