ଜଗତସିଂହପୁର : ଜଗତସିଂହପୁରରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଯୁବକ ଜଣକ ନିଜ ସାଙ୍ଗ ସହ ଗ୍ରାମ ପାଖ ମନ୍ଦିର ନିକଟରେ ଛିଡା ହୋଇ କଥା ହେଉଥିଲେ। ସେହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ପାଖକୁ ଆସିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତକ୍ଷେପିତ ହୋଇ ଅଭିଯୁକ୍ତ ଜଣକ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଯୁବକ ଜଣକ ଏଥିରେ ଗୁରୁତର ହୋଇଥିବା ବେଳେ ତାଙ୍କ ସାଙ୍ଗ ମଧ୍ୟ ଆହତ ହୋଇଥିଲେ।
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Popular Categories



