www.samajalive.in
Saturday, December 13, 2025
15.1 C
Bhubaneswar

ପୋଲାର୍ଡ ପ୍ରହାର; ଶେଷ ବଲ୍‌ରେ ଜିତିଲା ମୁମ୍ବଇ

ମୁମ୍ବଇ: କୈରନ୍ ପୋଲାର୍ଡଙ୍କ ପ୍ରହାର ଆଗରେ ନିଷ୍ପ୍ରଭ ହୋଇଛି କେ.ଏଲ୍‌. ରାହୁଲଙ୍କ ଶତକ। ବୁଧବାର ଆଇପିଏଲ୍‌ରେ ଏକ ରୋମାଞ୍ଚକର ମୁକାବିଲାରେ ​ପୋଲାର୍ଡଙ୍କ ଛକା ବର୍ଷା ବଳରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୩ ୱିକେଟରେ ପରାସ୍ତ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। ରାହୁଲଙ୍କ ଅପରାଜିତ ଶତକ ଓ କ୍ରିସ୍ ଗେଲ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂକରି ୪ ୱିକେଟରେ ୧୯୭ ରନ୍ କରିଥିଲା। ପରେ ଶେଷ ୧୦ ଓଭରରୁ ମୁମ୍ବଇ ୧୩୩ ରନ୍ ଆବଶ୍ୟକ କରୁଥିବା ବେଳେ ଅଧିନାୟକ କୈରନ୍ ପୋଲାର୍ଡ ୧୦ଟି ଛକା ସହ ୮୩ ରନ୍ କରିବାରୁ ଶେଷ ବଲ୍‌ରେ ମୁମ୍ବଇ ୭ ୱିକେଟ ହରାଇ ବିଜୟୀ ହୋଇଥିଲା। ୬ଷ୍ଠ ମ୍ୟାଚ୍‌ରେ ମୁମ୍ବଇର ଏହା ୪ର୍ଥ ବିଜୟ। ୭ମ ମ୍ୟାଚ୍‌ରେ ପଞ୍ଜାବ ୩ୟ ପରାଜୟ ବରଣ କରିଛି।
୧୯୮ ରନ୍ ଲକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସର ଓପ୍‌ନର ସିଦ୍ଧେଶ ଲାଡ୍‌ ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ପରେ କ୍ବିଣ୍ଟନ ଡି କକ୍ ଓ ସୂର୍ଯ୍ୟକୁମାର ଯାଦବ ୪ ଓଭରରେ ୨୮ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୧୫ ବଲ୍‌ରୁ ୪ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ବାମହାତି ଡି କକ୍ ୨୩ ବଲ୍‌ରୁ ୨ଟି ଚୌକା ସହ ୨୪ ରନ୍‌କରି ଆଉଟ ହୋଇଥିଲେ। ୧୦ ଓଭରରେ ମୁମ୍ବଇ ମାତ୍ର ୬୫ ରନ୍ କରିଥିବା ବେଳେ ୧୧ଶ ଓଭରରୁ କୈରନ୍ ପୋଲାର୍ଡ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ୩୦ ବଲ୍‌ରୁ ୬୩ ରନ୍ ଆବଶ୍ୟକ ଥିବା ବେଳେ ୧୩ ବଲ୍‌ରୁ ୧୯ ରନ୍‌କରି ହାର୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ। କ୍ରୁନାଲ ପାଣ୍ଡ୍ୟା ୧ ରନ୍ କରିଥିଲେ। ଅନ୍ୟପଟେ ପୋଲାର୍ଡ ପ୍ରହାର ଜାରି ରଖିଥିଲେ। ଶେଷ ୪ ବଲ୍‌ରୁ ମାତ୍ର ୪ ରନ୍ ଆବଶ୍ୟକ ଥିବା ବେଳେ ପୋଲାର୍ଡ ଆଉଟ ହୋଇଥିଲେ। ୩୧ ବଲ୍‌ରୁ ୧୦ଟି ଛକା ଓ ୩ଟି ଚୌକା ସହ ପୋଲାର୍ଡ ୮୩ ରନ୍ କରିଥିଲେ। ଶେଷ ବଲ୍‌ରୁ ୨ ରନ୍ ଆବଶ୍ୟକ ଥିବା ବେ​‌େ​‌ଳ ଏହା ଆଲ୍‌ଜାରି ଜୋସେଫ୍ (ଅପରାଜିତ ୧୫) ହାସଲ କରି ନେଇଥିଲେ। ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ। କୈରନ୍ ପୋଲାର୍ଡ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ଟସ୍ ଜିତି ମୁମ୍ବଇ ଫିଲ୍‌ଡିଂ ନେଇଥିଲା। ପଞ୍ଜାବର ଓପ୍‌ନିଂ ଯୋଡ଼ି ୪ ଓଭରରେ ୨୦ ରନ୍ କରିଥିବା ବେ​‌େ​‌ଳ ୫ମ ଓଭରରେ ୨୩ ରନ୍ ମାରିଥିଲେ କ୍ରିସ୍ ଗେଲ୍‌। ପଞ୍ଜାବର ଓପ୍‌ନିଂ ଯୋଡ଼ି ୧୩ ଓଭରରେ ୧୧୬ ରନ୍‌ର ଭାଗିଦାରୀ କରିବାରୁ ଦଳ ବଡ଼ ସ୍କୋର୍ କରି ପାରିଥିଲା। ବାମହାତି କ୍ରିସ୍ ଗେଲ୍‌ ୩୬ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୬୩ ରନ୍‌କରି ଆଉଟ ହୋଇଥିଲେ। ପରେ ପଞ୍ଜାବ ଜଲ୍‌ଦି ୩ଟି ୱିକେଟ ହରାଇଥିଲେ ହେଁ ଗୋଟିଏ ପଟେ କେ.ଏଲ୍‌. ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଡେଭିଡ୍ ମିଲର ୭, କରୁଣ ନାୟାର ୫ ଓ ସାମ୍ କରନ୍ ୮ ରନ୍‌କରି ବିଦାୟ ନେଇଥିଲେ। ରାହୁଲଙ୍କ ପ୍ରହାର ଯୋଗୁଁ ପଞ୍ଜାବ ଶେଷ ୩ ଓଭରରୁ ୫୪ ରନ୍ ନେଇ ପାରିଥିଲା। ରାହୁଲ ୬୪ ବଲ୍‌ରୁ ୬ଟି ଲେଖାଏଁ ଛକା ଓ ଚୌକା ସହ ୧୦୦ ରନ୍‌କରି ଅପରାଜିତ ଥିଲେ। ଚଳିତ ଆଇପିଏଲ୍‌ରେ ଏହା ୪ର୍ଥ ଶତକ। ପୂର୍ବରୁ ସନ୍‌ରାଇଜର୍ସର ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର ଏବଂ ରାଜସ୍ଥାନ ରୟାଲ୍‌ସର ସଞ୍ଜୁ ସାମ୍‌ସନ୍ ଶତକ ହାସଲ କରି ସାରିଛନ୍ତି। ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories