www.samajalive.in
Monday, December 8, 2025
27.1 C
Bhubaneswar

କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ସମୟରେ ଚକ୍ଷୁର ଯତ୍ନ ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ସମୟରେ ଲୋକେ ଅଧିକାଂଶ କାମ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଦ୍ୱାରା କରୁଛନ୍ତି। ସକାଳୁ ଉଠିବା ମାତ୍ରେ ଆଖି ପ୍ରଥମେ ସ୍ମାର୍ଟ ଫୋନ ଉପରେ ପଡ଼ିଥାଏ। କାର୍ଯ୍ୟାଳୟରେ ଦିନଯାକ କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରିଥାଆନ୍ତି। ମାତ୍ର ଏହା ଦ୍ୱାରା ଆପଣଙ୍କ ଚକ୍ଷୁ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ତେଣୁ କାର୍ଯ୍ୟର ଆବଶ୍ୟକତା ସହ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। କିଛି ସହଜ ଉପାୟରେ ଆମେ କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ସହ ନିଜ ଚକ୍ଷୁର ମଧ୍ୟ ଯତ୍ନ ନେଇପାରିବା। ଆସନ୍ତୁ ଜାଣିବା….
ଆପଣ କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ସମୟରେ ଲଗାତର ଅଧିକ ସମୟ ପର୍ଯ୍ୟନ୍ତ ବସନ୍ତୁ ନାହିଁ। ୨ରୁ ୩ ଘଣ୍ଟା କାମ କରିବା ପରେ କିଛି ସମୟ ପାଇଁ ବସିବା ସ୍ଥାନରୁ ଉଠି ପବନରେ କିମ୍ବା କାର୍ଯ୍ୟାଳୟର କକ୍ଷରୁ ଆସି ବାହାରେ ଠିଆ ହୁଅନ୍ତୁ। ଏପରି କରିବା ଦ୍ୱାରା ଆଖି ଉପରେ ଅଧିକ ପ୍ରଭାବ ପଡ଼ିନଥାଏ।
କମ୍ପ୍ୟୁଟରକୁ ନିଜ ଆଖି ଠାରୁ ଅତି ନିକଟରେ ରଖନ୍ତୁ ନାହିଁ।
୨ ମାସକୁ ଥରେ ଡ଼ାକ୍ତରଙ୍କ ପରାମର୍ଶରେ ଆଇ ଡ଼୍ରଫ ବ୍ୟବହାର କରନ୍ତୁ।
କାର୍ଯ୍ୟ କରିବାର କିଛି ଘଣ୍ଟା ପରେ ଆଖିର ପଲକକୁ ପକାଇ ୫ ରୁ ୧୦ ମିନିଟ ରଖନ୍ତୁ।
ଆଖି ଦରଜ ଭଳି ଅନୁଭବ ହେଲେ ଆଖି ବନ୍ଦ କରି ହାଲକା ଭାବେ ମୟୂରପୁଚ୍ଛରେ ମାଲିସ କରନ୍ତୁ।
ଡ଼ାକ୍ତରଙ୍କ ପରାମର୍ଶରେ କାର୍ଯ୍ୟକରିବା ସମୟରେ ଚଷମାର ବ୍ୟବହାର କରନ୍ତୁ।
ରାତିରେ ସ୍ମାର୍ଟ ଫୋନର ଅଧିକ ବ୍ୟବହାର କରନ୍ତୁ ନାହିଁ।
କମ୍ପ୍ୟୁଟର ବ୍ରାଇଟନେସକୁ ନିଜ ଚକ୍ଷୁ ଅନୁଯାୟୀ ସଠିକ ରଖନ୍ତୁ। ଅଧିକ ବ୍ରାଇଟନେସ ରଖନ୍ତୁ ନାହିଁ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories