www.samajalive.in
Monday, December 8, 2025
24.1 C
Bhubaneswar

ରାଫେଲ ମାମଲାରେ କେନ୍ଦ୍ରକୁ ବଡ଼ ଝଟକା; ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି

ନୂଆଦିଲ୍ଲୀ: ରାଫେଲ ଡିଲ୍‌ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା ମିଳିଛି। ଏହି ମାମଲାର ପୁଣି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆବେଦନକାରୀ ଲିକ୍‌ ହୋଇଥିବା ଗୋପନୀୟ କାଗଜପତ୍ର ଦାଖଲ କରିଥିବାରୁ ଏହା ଉପରେ ଆପତ୍ତି ଉଠାଇ କେନ୍ଦ୍ର ସରକାର ଦାୟର କରିଥିବା ପିଟିଶନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଦାଖଲ ହୋଇଥିବା କାଗଜପତ୍ର ବୈଧ ବୋଲି କୋର୍ଟ କହିଛନ୍ତି। ମାମଲାର ପୁନର୍ବିଚାର ପାଇଁ ରୁଜୁ ହୋଇଥିବା ପିଟିଶନର ଶୁଣାଣି ଲାଗି ୩ଟି ଦସ୍ତାବିଜକୁ ସୁପ୍ରିମକୋର୍ଟ ପ୍ରମାଣ ସ୍ବରୂପ ଗ୍ରହଣ କରିଛନ୍ତି।

ରାଫେଲ ମାମଲାରେ ପୂର୍ବ ରାୟର ସମୀକ୍ଷା ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଏହା ଉପରେ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବେ ଶୁଣାଣି କରାଯିବ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୪ରେ କୋର୍ଟ ଦେଇଥିବା ରାୟରେ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍‌ ଦେଇଥିଲେ। ଫ୍ରାନ୍ସଠାରୁ ୩୬ଟି ବିମାନ କିଣାଯିବା ପ୍ରକ୍ରିୟାର ଯାଞ୍ଚ ଅଦାଲତଙ୍କ ଅଧୀନରେ ହୋଇପାରିବ ନାହିଁ ବୋଲି କୋର୍ଟ ଆଦେଶ ଦେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories