୬୪ଜିବି ଷ୍ଟୋରେଜ ଥିବା ଓପୋ ଏ-୫ର ବଜାର ପ୍ରବେଶ
ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ସ୍ମାର୍ଟଫୋନ ଓପୋ -୫କୁ ୬୪ଜିବି ଷ୍ଟୋରେଜ ସହିତ ଭାରତୀୟ ବଜାର ପ୍ରବେଶ କରାଇଛି। ଏହି ଫୋନକୁ ଆପଣ ଅନଲାଇନ ଷ୍ଟୋରରୁ କିଣିପାରିବେ। ଏହାସହିତ ପରବର୍ତ୍ତୀ ସପ୍ତାହରୁ ଏହି ଫୋନ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିବ। ସର୍ବପ୍ରଥମେ ଗତବର୍ଷ ଅଗଷ୍ଟରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ଭାରତରେ ଏହାର ୬୪ଜିବି ମଡେଲର ମୂଲ୍ୟ ୧୨ହଜାର ୯୯୦ଟଙ୍କା। ସେହିଭଳି ଏହାର ୩୨ଜିବି ଷ୍ଟୋରେଜର ମୂଲ୍ୟ ୧୧ହଜାର ୯୯୦ଟଙ୍କା।
ଓପୋ ଏ-୫ର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୬.୨ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ପିକ୍ସଲ ରହିଛି। ଏବଂ ଏହାର ଆସପେକ୍ଟ ରେଶିୟୋ ୧୯:୯। ଡିସପ୍ଲେ ଉପରେ ୨.୫ଡିର କର୍ଡ ଗ୍ଲାସ ପ୍ରୋଟେକ୍ସନ ରହିଛି। ଏହାବ୍ୟତୀତ ଫୋନରେ ୧.୮ଗିଗାହର୍ଟଜର କ୍ୱାଲାକମ ସ୍ନାପଡ୍ରାଗନ ୪୫୦ପ୍ରୋସେସର, ଗ୍ରାଫିକ୍ସ ଫାଇଁ ଏଡ୍ରେନୋ ୫୦୬ଜିପିୟୁ, ୬ଜିବି ରାମ ଏବଂ ୩୨ଜିବିର ଷ୍ଟୋରେଜ ରହିଛି। ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଓପୋ ଏ-୫ର କ୍ୟାମେରା
ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ଏବଂ ଏହାର ଅଫର୍ଚର ଏଫ/୨.୨ରହିଛି। ସେହିଭଳି ଏହାର ଦ୍ୱିତୀୟ ଲେନ୍ସ ୨ମେଗାପିକ୍ସେଲ ଏପ/୨.୪ ଅଫର୍ଚରର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଯାହାସହିତ ବ୍ୟୁଟିି ମୋଡ ଏବଂ ଫେସ୍ ଅନ୍ଲକ୍ ଦିଆଯାଇଛି। ଉଭୟ କ୍ୟାମେରାରେ ଫ୍ଲାସଲାଇଟର ସୁବିଧା ଦିଆଯାଇଛି। ଏଥିରେ ୪୨୩୦ଏମ୍ଏଚ୍ର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାବ୍ୟତୀତ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି ୪.୨, ଜିପିଏସ୍/ଏଜିପିଏସ୍, ମାଇକ୍ରୋ ୟୁଏସବି ଏବଂ ୩.୫ଏମଏମର ହେଡଫୋନ ଜ୍ୟାକ ରହିଛି।
Comments are closed.