www.samajalive.in
Monday, December 8, 2025
24.1 C
Bhubaneswar

ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ଏହି ମଞ୍ଜି

ଖରାଦିନେ ତରଭୂଜ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ। ଅନେକ ଲୋକ ଏହାକୁ ଖାଇବା ବେଳେ ମଞ୍ଜି କାଢି ଫୋପାଡି ଦେଇଥାଆନ୍ତି।। କିନ୍ତୁ ତରଭୂଜ ମଞ୍ଜି ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏହାର ଅନେକ ଉପକାରିତା ରହିଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ତରଭୂଜ ମଞ୍ଜିରେ ଲାଇକୋପିନ ନାମକ ତତ୍ତ୍ବ ରହିଛି। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶ ପାଇଁ ଲାଭଦାୟକ ଅଟେ।

- Advertisement -

ତରଭୂଜ ମଞ୍ଜିରେ ପୁଷ୍ଟିସାର ରହିଛି। ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

ଏହି ମଞ୍ଜି ଖାଇବା ଦ୍ବାରା ଶରୀରର ବିକାଶ ପାଇଁ ଆବଶ୍ୟକ ଏମିନୋ ଏସିଡ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ।

ଏଥିରେ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଛି। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ।

ନିୟମିତ ତରଭୂଜ ମଞ୍ଜି ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଏହି ମଞ୍ଜି ଲାଭଦାୟକ ଅଟେ। ତରଭୂଜ ମଞ୍ଜିକୁ ୧୫ମିନିଟ ପାଣିରେ ଫୁଟାଇ ଚା’ ପରି ମଧୁମେହ ରୋଗୀମାନେ ପିଅନ୍ତୁ। ଏପରି କରିବା ଦ୍ବାରା ସେମାନଙ୍କୁ ସୁଫଳ ମିଳିବ।

ଏହି ମଞ୍ଜି​ ଖାଇବା ଦ୍ବାରା‌ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଏହା ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

ତରଭୂଜ ଖାଇବା ଦ୍ବାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

 

 

 

 

 

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories