www.samajalive.in
Monday, December 8, 2025
24.1 C
Bhubaneswar

ସୁସ୍ଥ ଶରୀର ଚାହୁଁଛନ୍ତି ? ପ୍ରତ୍ୟହ ଚାଲନ୍ତୁ ୩୦ ମିନିଟ୍

ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ ରଖିବା ପାଇଁ ପ୍ରତିଦିନ ଚାଲିବା ନିତ୍ୟାନ୍ତ ଅବଶ୍ୟକ । କିନ୍ତୁ ଆମେ ବ୍ୟସ୍ତ ବହୁଳ ଜୀବନରେ ଚାଲିବା କିମ୍ବା ବ୍ୟାୟାମ କରିବା ଭୁଲି ଯାଇଥାଉ । ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହେଉଛି । ସେହିପରି ସାରା ଦେଶରେ  ଏପ୍ରିଲ ମାସର ପ୍ରଥମ ବୁଧବାରକୁ ନ୍ୟାସନାଲ ୱାକିଙ୍ଗ ଡେ ଭାବେମଧ୍ୟ ପାଳନ କରାଯାଉଛି ।

ଚାଲିବାର ଲାଭ

- Advertisement -

ପ୍ରତିଦିନ ୩୦ ମିନିଟ୍ ଚାଲିବା ଦ୍ବାରା ଶରୀରର ହାଡ ମଜଭୁତ ରହିଥାଏ ।
ଯଦି ଆପଣ ପ୍ରତିଦିନ ଚାଲୁଛନ୍ତି, ତେବେ ଆପଣଙ୍କର ଅତିରିକ୍ତ ଓଜନ ଅତି ସହଜରେ ହ୍ରାସ ହେବ ।
ବ୍ୟସ୍ତ ଜୀବନରେ ଚାଲିବ ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ବାରା ଆପଣ ଚିନ୍ତାମୁକ୍ତ ହେବେ ।
ଚାଲିବା ଦ୍ବାରା ମଧୁମେହ, କର୍କଟ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।
ଚାଲିବା ଦ୍ବାରା ଶରୀରର ମାଂସପେଶୀ ମଜଭୁତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
ପ୍ରତିଦିନ ଚାଲିବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।

ଚାଲିବାକୁ ଯିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଚାଲିବାକୁ ଯିବା ପୂର୍ବରୁ ଶୌଚ ସାରି ଯାଆନ୍ତୁ ।
ଋତୁ ଅନୁଯାୟୀ ପୋଷାକ ପରିଧାନ କରନ୍ତୁ । ନହେଲେ ଆପଣ ରୋଗରେ ପଡି ପାରନ୍ତି ।
ଚାଲିବା ସମୟରେ ଯଦି ଆପଣ କୌଣସି କଷ୍ଟ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories