www.samajalive.in
Sunday, December 7, 2025
13.1 C
Bhubaneswar

ଅପ୍ରେଲ ୧୬ରୁ ୨୦ ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଭାରତ: ପାକିସ୍ତାନ ବିଦେଶ ମନ୍ତ୍ରୀ

ଇସଲାମାବାଦ : ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ କୁପ୍ରଚାର କରିବା ଆରମ୍ଭ କରିଛି। ଏହି କ୍ରମରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ ଏକ ମନଗଢା କାହାଣୀ ଶୁଣାଇଛନ୍ତି। କ୍ୟୁରେଶୀ ଦାବି କରିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଭାରତରେ ଚାଲିଥିବା ନିର୍ବାଚନ ମଧ୍ୟରେ ଅପ୍ରେଲ ତୃତୀୟ ସପ୍ତାହରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବ। ସୂଚନା ଅନୁସାରେ ୧୬ରୁ ୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି। ଏଥିରେ ହସ୍ତକ୍ଷେପ କରିବାକୁ ସେ ଅନ୍ତର୍ଜାତୀୟ ସମୂହଙ୍କୁ ନିବେଦନ କରିଛନ୍ତି।
ଶାହା ମେହମ୍ମୁଦ କ୍ୟୁରେଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ଏନେଇ ପାକିସ୍ତାନ ସରକାରଙ୍କ ପାଖରେ ଠୋସ୍‍ ସୂଚନା ରହିଛି। ପାକିସ୍ତାନ ଏହି ସୂଚନା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚ ସ୍ଥାୟୀ ସଦସ୍ୟଙ୍କୁ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଶାନ୍ତ ପଡ଼ିଥିଲେ ବି ସମ୍ପର୍କ ସୁଧୁରି ନାହିଁ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବାରେ ଲାଗିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories