www.samajalive.in
Wednesday, December 10, 2025
26.1 C
Bhubaneswar

ଗରିବି ପର୍‍ ବାର୍‍, ବାହାତର୍‍ ହଜାର୍‍ – ରାହୁଲ

ଉତ୍ତରାଖଣ୍ଡ: କ୍ଷମତାକୁ ଆସିଲେ୧୨ହଜାରରୁ କମ୍‍ ଆୟ କରୁଥିବା ଶତକଡ଼ା ୨୦ଭାଗ ଗରିବ ପରିବାରକୁ କଂଗ୍ରେସ ବାର୍ଷିକ ୭୨ହଜାର ଟଙ୍କା ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବ ବୋଲି କଂଗେସ୍ର ସଭାପତି ରାହୁଲ ଗାନ୍ଧି କହିଛନ୍ତି। ଶନିବାର ଉତ୍ତରାଖଣ୍ଡର ଗଡ଼ୱାଲ୍‍ ଓ ଶ୍ରୀନଗରଠାରେ ଦଳୀୟ ପ୍ରାର୍ଥୀ ମନିଶ ଖଣ୍ଡୁରୀଙ୍କ ପାଇଁ ଏକ ନିର୍ବାଚନୀ ସଭାରେ ‘ଗରିବି ପର୍‍ ବାର୍‍-ବାହାତର୍‍ ହଜାର୍‍’ ସ୍ଲୋଗାନ୍‍ ଦେଇ ରାହୁଲ କହିଛନ୍ତି, ଦାରିଦ୍ର୍ୟ ଉପରେ ସେ ପ୍ରଥମ ସଜ୍ରିକାଲ୍‍ ଷ୍ଟ୍ରାଇକ୍‍ କରିବେ। ସେ କହିଛନ୍ତି, ବିଜେପି ସରକାର ପୁଞ୍ଜିପତିଙ୍କ ନିର୍ଦ୍ଦେଶରେ କାମ କରୁଛି। ସେ କହିଛନ୍ତି, କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଦେଶ ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଶହୀଦ୍‍ର ମର୍ଯ୍ୟଦା ପ୍ରଦାନ କରାଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories