www.samajalive.in
Wednesday, December 10, 2025
26.1 C
Bhubaneswar

ଏ ନିର୍ବାଚନ ହେଉଛି ଅସହାୟ ବନାମ ଦୃଢ଼ ନେତୃତ୍ୱ – ପ୍ରଧାନମନ୍ତ୍ରୀ

ଛତିଶଗଡ଼: ଉଦ୍ଦେଶ୍ୟ ଓ ନୀତିର ପ୍ରତିଫଳନ ଦେଶର ଲୋକମାନଙ୍କ ମନରେ ସ୍ପଷ୍ଟ ଭାବେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ଛତିଶଗଡ଼ର ବାଲୁଦ୍‍ ଜିଲ୍ଲା ନିକଟସ୍ଥ ହଥାଉଦ୍‍ ଗାଁଠାରେ ନିର୍ବାଚନୀ ସଭାରେ ମୋଦି କହିଛନ୍ତି, କଂଗ୍ରେସ ଓ ତାର ଅଂଶିଦାର ଦଳଗୁଡି଼କ ଏକ ଅସହାୟ ସରକାର ଗଠନ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକ ଦୃଢ଼ ସରକାର ଗଠନ ପାଇଁ ନିର୍ବାଚନ ଲଢ଼ୁଛି।

ଯଦି ଦୃଢ଼ ସରକାର ଗଠନ ହେବ ତାହେଲେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ନିରବରେ ବସିପାରିବେ ନାହିଁ ଏବଂ ମଜବୁତ୍‍ ସରକାର ଗଠନ ହେଲେ ଦେଶ ବିମାନ ଆକ୍ରମଣ ଓ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କରିବାକୁ ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମୋଦୀ କହିଛନ୍ତି, କଂଗ୍ରେସ ଓ ତାର ମିତ୍ର ଦଳଗୁଡି଼କ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କର ସାହସ ବଢ଼ାଇବେ କିନ୍ତୁ ବିଜେପି ସେମାନଙ୍କୁ ଦଣ୍ଡ ଦେବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories